Sunday, January 19, 2025

Logo
Loading...
google-add

ତୁଟୁନି ଓଲିଉଡ୍‌ ବିବାଦ; ନିଆଁରେ ଘିଅ ଢାଳୁଛନ୍ତି କଂଗ୍ରେସ ନେତା ନରସିଂହ

| 13:40 PM, Sat Nov 04, 2023

ଓଡ଼ିଶା 365(ବ୍ୟୁରୋ): ତୁଟୁନି ଓଲିଉଡ୍‌ କଳି। କଳାକାରଙ୍କ କଳିକୁ ନେଇ ବଦନାମ ହୋଇଛି ଓଲିଉଡ୍ । ସମାଧାନ ବଦଳରେ ସୋସିଆଲ୍‌ ମିଡିଆରେ ଚାଲିଛି ଆରୋପ-ପ୍ରତ୍ୟାରୋପ। ସଭିଏଁ କାନ୍ଦୁଛନ୍ତି କାହା ଆଖିରେ ଲୁହ ନାହିଁ। ଆର୍ଥାତ ବିବାଦ ଭିତରେ ସଭିଏଁ ସମାଧନ କଥା କହୁଛନ୍ତି, ମାତ୍ର ମଇଦାନରେ କାହାର ଦେଖା ନାହିଁ। ପ୍ରଥମେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା,ଆଉ ଏବେ ସୋସିଆଲ୍‌ ମିଡିଆରେ ଉଭୟ ଉଭୟଙ୍କୁ ଟାର୍ଗେଟ କରିଛନ୍ତି । ମାଇଣ୍ଡ ଗେମ୍ ବନାମ ରାମକୁ ନେଇ ବିବାଦ ଥମିବା ବଦଳରେ ବଢି ଚାଲିଛି। ଅଭିନେତା ଅରିନ୍ଦମ କହିଛନ୍ତି ବହୁତ୍‌ ହୋଇଗଲା ମନୋଜ ଭାଇ । ମୁଁ ବାରମ୍ବାର ଚେଷ୍ଟା କରି ବି ବିଫଳ ହୋଇଛି । ଦୟାକରି ସବୁ ବିବାଦରେ ଫୁଟଷ୍ଟପ୍ ଲଗାନ୍ତୁ। ସେପଟେ ପୁଣି ଏକ ଭିଡିଓ ପୋଷ୍ଟ କରି ଅରିନ୍ଦମଙ୍କୁ ଟାର୍ଗେଟ କରିଛନ୍ତି ମନୋଜ, କହିଛନ୍ତି ମୋତେ କଥା କହୁଛ ଗୋଟେ, ଆଉ କାମ କରୁଛ ଆଉ ଗୋଟେ । ଅରିନ୍ଦମ ଦୟାକରି ମୋ ସହ ରାଜନୀତି କର ନାହିଁ । ରାଜନୀତି କରିବ ବୋଲି କଣ ଓଡ଼ିଆ ସ୍ୱାଭିମାନକୁ ମାରିଦେବ। କିଛି ଏଭଳି କହି ଭିଡିଓ ପୋଷ୍ଟ କରିଛନ୍ତି ।

କଳିର ସମାଧାନ ପାଇଁ ଓଏଫ୍‌ଡିସିରଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ କଟକରେ ବୈଠକ ଅନୁଷ୍ଠିତ ହୋଇଥିଲା ମାତ୍ର ସେହି ବୈଠକରେ ଅରିନ୍ଦମ ରାୟ, ପ୍ରଯୋଜକ ଟୁଟୁ ନାୟକଙ୍କ ସମେତ ଆଉ କିଛି ପ୍ରଯୋଜକ ଓ ଫିଲ୍ମ ଜଗତ ସହ ସଂପୃକ୍ତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ମାତ୍ର ବୈଠକକୁ ମନୋଜ ମିଶ୍ର ନଆସିବା ଫଳରେ ସମାଧାନର ବାଟ ଫିଟିନଥିଲା। କିଏ ସତ କହୁଛି ତାକୁ ନେଇ ଦ୍ୱନ୍ଦରେ ପଡିଛନ୍ତି ଦର୍ଶକ। ଓଲିଉଡ୍ ଭିତରେ ରାଜନୀତି ପ୍ରବେଶ କରିବା ପରେ ଏ ବିବାଦ ଥମିବା ବଦଳରେ ଆହୁରି ବଢି ଚାଲିଛି। ଓଲିଉଡ୍ କଳିରେ ରାଜନୀତି ନପସୁ ବୋଲି କିଛି ବୁଦ୍ଧିଜୀବି ମଧ୍ୟ ମତ ରଖିଛନ୍ତି। ମନୋଜଙ୍କ ଉପରୁ ବାସନ୍ଦ ଉଠାଇବାକୁ ୟୁସିସିସି ପ୍ରଥମେ ମନା କରୁଥିବାବେଳେ ପରବର୍ତ୍ତୀ ସମୟରେ ରାଜି ହୋଇଥିଲା।

ଫିଲ୍ମକୁ ନେଇ ଏପରି ବୟାନବାଜି ଖାଲି କଳାକାରଙ୍କ ଇମେଜ ଖରାପ କରୁନି ଓଡ଼ିଶାକୁ ମଧ୍ୟ ବଦନାମ କରୁଛି । ଓଡ଼ିଆ ଫିଲ୍ମର ବିକାଶ ଧାରା ଉପରେ ଏହାର ପ୍ରଭାବ ପଡ଼ୁଛି । ଧିରେ ଧିରେ ଓଡ଼ିଆ ସିନେ ଜଗତ ବୁଡିବାକୁ ବସିଥିବାବେଳେ ଏ କିଛି ଦିନ ମଧ୍ୟରେ ନିଛକ ମୌଳିକ କାହାଣୀ ଥିବା ଚଳଚ୍ଚିତ୍ର ଦମନ,ପୁଷ୍କରା,ମାଇଣ୍ଡଗେମ୍,ମାଲ୍ୟଗିର,ଫାଲଗୁନ ଚୈତ୍ର ଭଳି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଫଳରେ ଧିରେ ଧିରେ ଚଳଚ୍ଚିତ୍ର ଜଗତର ଅବସ୍ଥା ସୁଧୁରୁ ଥିବାବେଳେ ଓଡ଼ିଆ ଦର୍ଶକ ଫିଲ୍ମ ହଲ୍ କୁ ଫେରୁଛନ୍ତି। ମାତ୍ର ଏହି ଭଳି ଘଡିସନ୍ଦି ମୁହୁର୍ତ୍ତରେ ଓଲିଉଡ୍ କଳି ଦାଣ୍ଡରେ ପଡିବା ଶୁଭଙ୍କର ନୁହେଁ ବୋଲି ସିନେ ପ୍ରେମୀ ମତ ଦେଇଛନ୍ତି। ବିବାଦ ଭିତରେ ଗୀତ ମାଧ୍ୟମରେ ସମାଧାନ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁନଦାର। ସମସ୍ତ କଳକାର ଗୋଟିଏ ମାର ସନ୍ତାନ ମିଳିମିଶି ରହିବା ବୋଲି ଗୀତରେ କହିଛନ୍ତି। ମାତ୍ର ଓଡ଼ିଆରେ କପି ସିନେମା,ସରକାରୀ ପ୍ରୋତ୍ସାନ ଅଭାବ, କଳାକାର ବିବାଦ ଇଣ୍ଡଷ୍ଟ୍ରିକୁ ରସାତଳକୁ ନେଇଛି। ଯଦି ଏଥିପ୍ରତି ସଭିଏଁ ଧ୍ୟ୍ୟାନ୍ ଦିଅନ୍ତି,କଳାକାରଙ୍କ କଳି ଶେଷ ହେବା ସହ ଓଡ଼ିଉଡକୁ ପୁଣି ଫେରିବ ସୁବର୍ଣ୍ଣ ଯୁଗ।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add
google-add
google-add