Sunday, January 19, 2025

Logo
Loading...
google-add

ଆସନ୍ତା ୨୬ରୁ ୩୭ତମ ଜାତୀୟ କ୍ରୀଡ଼ା: ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

Rasmi Ranjan Rout | 17:33 PM, Sat Oct 21, 2023

ଓଡ଼ିଶା 365 (ବ୍ୟୁରୋ): ଆସନ୍ତା ୨୬ରୁ ଆରମ୍ଭ ହେବ ୩୭ତମ ଜାତୀୟ କ୍ରୀଡ଼ା। ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ କ୍ରୀଡ଼ାରେ ଓଡ଼ିଶାରୁ ଭାଗ ନେବେ ୩୦୦ରୁ ଅଧିକ ଆଥ୍‌ଲେଟ୍। ସେମାନଙ୍କ ମଧ୍ୟରେ ୧୮୦ ଜଣ କେବଳ ମହିଳା ଆଥ୍‌ଲେଟ୍ ଅଛନ୍ତି। ଏହା ଆରମ୍ଭ ହେବା ପୂର୍ବରୁ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି ପୁରସ୍କାର ରାଶି। ତେବେ ଘୋଷଣା ମୁତାବକ ଯେଉଁ ପ୍ରତିଯୋଗୀମାନେ ସ୍ୱର୍ଣ୍ଣ ପଦକ ଜିତିବେ ସେମାନଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ। ସେହିପରି ରୌପ୍ୟ ପଦକ ଜିତିଲେ ୩ ଲକ୍ଷ ଓ ବ୍ରୋଞ୍ଜ ପଦକ ଜିତିଲେ ୨ ଲକ୍ଷ ଟଙ୍କା ଦିଆଯିବ। ଉଭୟ ବ୍ୟକ୍ତିଗତ ଓ ଟିମ୍ ଇଭେଣ୍ଟରେ ଏହି ପୁରସ୍କାର ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହା ସହ ୩୭ତମ ଜାତୀୟ କ୍ରୀଡ଼ାରେ ଭାଗ ନେବାକୁ ଥିବା ଖେଳାଳିଙ୍କୁ ଶୁଭକାମନା ଜଣାଇ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ମୁଁ ନିଶ୍ଚିତ ଯେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଚମକିବେ।

ସୂଚନାଯୋଗ୍ୟ, ନିକଟରେ ଚୀନର ହାଙ୍ଗଝୌରେ ଶେଷ ହୋଇଥିବା ଏସିଆନ ଗେମ୍ସ ବା ଏସୀୟ କ୍ରୀଡ଼ାରେ କିଶୋର କୁମାର ଜେନା ଜାଭେଲିନ୍‌ରେ ରୌପ୍ୟ ପଦକ ଜିତିଥିଲେ। ସରକାରଙ୍କ ପକ୍ଷରୁ ତାଙ୍କୁ ଦେଢ଼ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ଭାରତୀୟ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏଥିରେ ସଦସ୍ୟ ଥିବା ଓଡ଼ିଶାର ଅମିତ ରୋହିଦାସଙ୍କୁ ମଧ୍ୟ ସରକାର ଦେଢ଼ କୋଟି ଟଙ୍କାର ପୁରସ୍କାର ଦିଆଯାଇଥିଲା। ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଏଥିରେ ସଦସ୍ୟ ଥିବା ଓଡ଼ିଶାର ଦୀପ ଗ୍ରେସ ମିଞ୍ଜଙ୍କୁ ସରକାର ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add
google-add
google-add