Sunday, January 19, 2025

Logo
Loading...
google-add

୫୦୦୦ ଲେମ୍ବୁରେ ମା'ଙ୍କ ଦିବ୍ୟ ପ୍ରତିକୃତି ତିଆରି କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

| 11:29 AM, Tue Oct 17, 2023

ଓଡ଼ିଶା 365 (ବ୍ୟୁରୋ): ମା' ଦୁର୍ଗାଙ୍କ ଧରାବତରଣ ପାଇଁ ଆଉ ମାତ୍ର ଦିନ କେଇଟାକୁ ଅପେକ୍ଷା। ଏହାରି ମଧ୍ୟରେ ସାରା ଦେଶରେ ଆରମ୍ଭ ହୋଇଯାଇଛି  ନବରାତ୍ରୀ । ମା’ଙ୍କ ଆରାଧନା ପାଇଁ  ଚଳଚଞ୍ଚଳ ପୁରା ପରିବେଶ । ଏତିକି ବେଳେ କର୍ଣ୍ଣାଟକର ବିଜାପୁର ଜିଲ୍ଲା ବାଶ୍ୱେଶ୍ୱର ଆଦିଶକ୍ତି ତରୁଣ ମଣ୍ଡଳ ସହପୀଠ ଅଞ୍ଚଳରେ ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି ଗଢିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକାକଳାରେ ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି ଗଢିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ । 

ପ୍ରଥମ ଥର ପାଇଁ ବାଲୁକାକଳାରେ ଲେମ୍ବୁ ବ୍ୟବହାର କରିଥିବା କହିଛନ୍ତି ସୁଦର୍ଶନ ପଟ୍ଟନାୟକ । ବାଲୁକାକଳାରେ ଇଣ୍ଡିଆ ଟିମ୍ କ୍ୟାପଟେନ ରୋହିତ ଶର୍ମାଙ୍କୁ ମା'ଙ୍କ ଚରଣାଶ୍ରିତ ହୋଇ ଆଶୀର୍ବାଦ ନେବାର ଚିତ୍ର ଦେଖାଯାଇଛି। ଏହି ଆକର୍ଷଣୀୟ କଳାକୃତି ଦେଖି ସାରାଦେଶରୁ ସୁଦର୍ଶନଙ୍କୁ ପ୍ରଶଂସାର ସୁଅ ଛୁଟୁଛି। 

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add
google-add
google-add