Sunday, January 19, 2025

Logo
Loading...
google-add

ଆଜି ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି

Rasmi Ranjan Rout | 11:42 AM, Wed Nov 08, 2023

ଓଡ଼ିଶା 365 (ବ୍ୟୁରୋ): ଆଜି ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ହେବ। ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଟୁଟୁ । ଆଜି ଭୁବନେଶ୍ବର ଏସଡିଜେଏମ କୋର୍ଟରେ ଜାମିନ ତାଙ୍କ ଆବେଦନର ଶୁଣାଣି ହେବ । ଗତ ୬ ତାରିଖରେ ଶୁଣାଣି କରି ଆଜି ଘୁଞ୍ଚାଇ ଦେଇଥିଲେ SDJM କୋର୍ଟ। ଗିରଫ ପରେ ଟୁଟୁ ନାୟକଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲର ୧୨ ନମ୍ବର ୱାର୍ଡରେ ଅନ୍ୟ କଏଦୀଙ୍କ ସହ ରଖାଯାଇଛି ।

କହିରଖୁ କି, ସର୍ବସମ୍ମୁଖରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଓ ମାଡ଼ ମାରିବା ନେଇ ଭୁବନେଶ୍ୱର ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ ମହିଳା କମିଶନ ମଧ୍ୟ ଏନେଇ ନିଜଆଡ଼ୁ ମାଲଲା ପଞ୍ଜିକରଣ କରିଥିଲା। ଏହାରପରେ ଟୁଟୁ ନାୟକଙ୍କ କଟକ ସ୍ଥିତ ବାସଭବନରୁ ଉଠାଇଆଣିଥିଲା ଖାରବେଳ ନଗର ପୋଲିସ। ଥାନାରପେ ପଚରା ଉଚରା ପରେ ତାଙ୍କୁ ଗିରଫ କରିଥିଲା। ତେବେ ଆଜି ଜାମିନ ଆବେଦନର ଶୁଣାଣି ଟୁଟୁ ନାୟକଙ୍କ ବିରୋଧରେ ପୋଲିସ ତଥ୍ୟ ଯୋଗାଡ଼ କରୁଛି। କେଉଁ କେଉଁ ଥାନାରେ ତାଙ୍କ ବିରୋଧରେ ମାମଲା ରହିଛି , ରାଜ୍ୟ ବାହାରେ କିଛି ମାମଲା ଅଛିକି ଏସସ୍ତ ଦିଗକୁ ନେଇ ଖୋଲତାଡ଼ କରୁଛି ପୋଲିସ। ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଟୁଟୁଙ୍କ ଅପଡେଟ୍ କେସ୍ ଡାଏରି ଓ ପୁରୁଣା କେସ୍ ରିପୋର୍ଟ ଦାଖଲ କରିବେ। 

  • Trending Tag

  • No Trending Add This News
google-add
google-add
google-add

ଆପଣଙ୍କ ପସନ୍ଦର

ମତାମତ

google-add
google-add
google-add