Sunday, January 19, 2025

Logo
Loading...
google-add

ଶୀତରେ ଓଡ଼ିଶାକୁ ଓଦାକରିବ ଲଘୁଚାପ

Rasmi Ranjan Rout | 14:47 PM, Sat Nov 11, 2023

ଓଡ଼ିଶା 365 (ବ୍ୟୁରୋ): ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଆସନ୍ତା ୧୫ ତାରିଖ ବେଳକୁ  ଲଘୁଚାପ ନେବ ଅବପାତର ରୂପ। ଶନିବାର ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଅର୍ଥାତ ରାଜ୍ୟରେ ଶୀତ ପାଇଁ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଲଘୁଚାପ ପ୍ରଭାବରେ ନଭେମ୍ବର ୧୬ ପରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୫ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମୁଖ୍ୟ ଏଚ୍. ଆର୍. ବିଶ୍ୱାସଙ୍କ ସୂଚନା ମୁତାବକ ନଭେମ୍ବର ୧୫ ତାରିଖ ଯାଏଁ ଓଡ଼ିଶାର ସମସ୍ତ ଜିଲ୍ଲାରେ ୫ ଦିନ ଯାଏଁ ପାଗ ଶୁଖିଲା ରହିବ। ଏହାପରେ ନଭେମ୍ବର ୧୬ ତାରିଖ ବେଳକୁ ଉପକୂଳ ଓଡ଼ିଶା ଓ ଏହାର ଆଖପାଖ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଥିଲା। କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରି ରେକର୍ଡ କରାଯାଇଛି, ସେହିପରି ଜି. ଉଦୟଗିରିରେ ୧୦.୫ ଡିଗ୍ରି ରେକର୍ଡ କରାଯାଇଛି, ଫୁଲବାଣୀରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି, ଦାରିଙ୍ଗିବାଡ଼ି ୧୩ ଡିଗ୍ରି, କୋରାପୁଟରେ ୧୧ ଡିଗ୍ରୀ ଓ ସେମିଲିଗୁଡାରେ ୧୧.୧ ଡିଗ୍ରୀ ରହିଛି। ଭୁବନେଶ୍ୱର ସହରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। 

  • Trending Tag

  • No Trending Add This News
google-add
google-add
google-add

ଆପଣଙ୍କ ପସନ୍ଦର

ମତାମତ

google-add
google-add
google-add