Sunday, January 19, 2025

Logo
Loading...
google-add

ବୋରୱେଲରେ ଖସି ପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ

| 12:49 PM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ): ସୁବର୍ଣ୍ଣପୁର ସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଗଭୀର ବୋରୱେଲରେ ଖସି ପଡ଼ିଥିବା ୮୦ ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ବୃଦ୍ଧଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବୃଦ୍ଧାଙ୍କ ମୃତ୍ୟୁ ନେଇ ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି । ଗତକାଲି ରାତିରୁ ବୃଦ୍ଧ ମହିଳା ୨୦ ଫୁଟ ତଳେ ଥିବା ସୂଚନା ମିଳିଥିଲା। ବୋରୱେଲରେ ଖସିପଡିଥିବା ବୃଦ୍ଧା ଜଣକ ହେଲେ ଦୁଃଖୀ ନେଗୀ।  ସୂଚନା ମୁତାବକ, ଗତକାଲି ଦୁଃଖୀ ନେଗୀ କୌଣସି କାର୍ଯ୍ୟରେ ଆସିଥିବା ବେଳେ ବୋରୱେଲରେ ଖସିପଡ଼ିଥିଲ । ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ବି କୌଣସି ଖବର ମିଳିନଥିଲା। ବୃଦ୍ଧା ବୋରୱେଲରେ ଖସିପଡ଼ିଥିବା ଆଜି ଜାଣିବା ପରେ ଅଗ୍ନିଶମ ବାହିନୀକୁ ପରିବାର ଲୋକ ଖବର ଦେଇଥିଲେ।

  • Trending Tag

  • No Trending Add This News
google-add
google-add
google-add

ଆପଣଙ୍କ ପସନ୍ଦର

ମତାମତ

google-add
google-add
google-add