Sunday, January 19, 2025

Logo
Loading...
google-add

ଭୁବନେଶ୍ୱରରେ ସୀମା ଟପିଲା ଲୁଟେରାଙ୍କ ସାହସ

| 12:04 PM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ) : ମେଡିକାଲ ବେଡରେ ବୃଦ୍ଧା । ଏଣେ ଘରେ କଳାକନା ବୁଲାଇଲେ ଲୁଟେରା । ଏ ଘଟଣା କୌଣସି ଉପାନ୍ତଅଞ୍ଚଳର ନୁହେଁ । ଏଭଳି ଏକ ଅଭାବନୀୟ ଘଟଣା ହେଉଛି ଖୋଦ୍ ରାଜଧାନୀ ଭୁବନେଶ୍ୱର । ହସ୍ପିଟାଲ ବେଡ୍‌ରେ ସ୍ୱାମୀ ଚିକିତ୍ସିତ ହେଉଥିବା ବେଳେ ସ୍ତ୍ରୀ ସ୍ୱାମୀକୁ ଦେଖାକରିବାକୁ ଯାଇଥିଲେ ।ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରର ଆସବାବପତ୍ରକୁ ଏଣେତେଣେ ଫିଙ୍ଗି ସୁନା ଅଳଙ୍କାର ସହ ଟଙ୍କା ନେଇ ଛୁ ମାରିଛନ୍ତି ଏହି ଚୋର । ଏନେଇ ଲିଙ୍ଗରାଜ ଥାନାରେ ବୃଦ୍ଧା ପୋଲିସକୁ ଜଣାଇବା ପରେ ସାମ୍ନାକୁ ଆସିଛି ଘଟଣା ।ସୂଚନା ମୁତାବକ ଲିଙ୍ଗରାଜ ଥାନା ନାଗେଶ୍ୱର ଟାଙ୍ଗିରେ ପ୍ଲଟ ନମ୍ବର ୫୨୫୬/୪୮୧ରେ ରୁହନ୍ତି ଅବସରପ୍ରାପ୍ତ ମାନବେନ୍ଦ୍ର ମିତ୍ର ଓ ପରିବାର ।

ଅବସରପ୍ରାପ୍ତ ଅଧ୍ୟାପକ ଦମ୍ପତି ଅବସର ପରେ ଘରେ କେବଳ ଏକାକୀ ରୁହନ୍ତି । ଗତ ୧୦ ଦିନ ସ୍ୱାମୀଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ମହିଳା ବୃଦ୍ଧା ଜଣଙ୍କ ତାଙ୍କ ପାଖକୁ ଯାଇଥିଲେ । ଗତ ୧୫ ଦିନ ହେବ ବୃଦ୍ଧା ଜଣକ ହସ୍ପିଟାଲକୁ ଯିବା ଆସିବା କରୁଥିଲେ । ଏହାର ସୁଯୋଗ ନେଇ ଘରେ କେହି ନଥିବା ବେଳେ ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ଘରର ଏକ ସିମେଣ୍ଟ ସ୍କାଏଲାଇଟ୍‌କୁ ଭାଙ୍ଗି ସୁଡ଼ଙ୍ଗ କରି ଘରେ ପଶିଥିଲେ ଚୋର । ଏହାପରେ ଘରର କବାଟ କୋଲପ ଭାଙ୍ଗି ଘର ଭିତରେ ଥିବା ଲୁହା ଆଲମାରୀ ତାଡ଼ିଥିଲେ । ଏହାପରେ ପ୍ରତ୍ୟେକ ବ୍ୟାଗ ପର୍ସ ସବୁ ଖେଳାଇ ସୁନା ଅଳଙ୍କାର ସହ ନଗଦ ଟଙ୍କା ନେଇ ଛୁ ମାରିଛନ୍ତି । ତେବେ ଆଜି ସକାଳେ ଟଙ୍କା ନେବାକୁ ଘରକୁ ଆସିଥିବା ବେଳେ ଲୁଟ ନେଇ ଜାଣିଥିଲେ ବୃଦ୍ଧା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଘରର ଅବସ୍ଥା ଦେଖି ତାଜୁବ ହୋଇଯାଇଥିଲେ। ବୃଦ୍ଧାଙ୍କ କହିବା ଅନୁସାରେ ଘରୁ ନଗଦ ୪୦ରୁ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।ଏହାସହ ଅଳଙ୍କାରରେ ବୃଦ୍ଧାଙ୍କର ହାର, ଚୁଡ଼ି, କାନଫୁଲ ଓ ପିଲାଙ୍କ କିଛି ଗହଣା ଥିବା ଜଣାପଡିଛି । ଏନେଇ ପୋଲିସ ଏକ ସ୍ୱତନ୍ତ୍ର ଟିମ ସହ ତଦନ୍ତ ଆରମ୍ଭ କରିଛି । ତେବେ ଏହିଭଳି ଘଟଣା ବାରମ୍ୱାର ସାମ୍ମାକୁ ଆସିବା ଦେଖି ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଠାଇଛନ୍ତି ବୁଦ୍ଧିଜୀବି ।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add

ଯୁବ

google-add
google-add