Sunday, January 19, 2025

Logo
Loading...
google-add

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖିସି ଖବର: ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

Rasmi Ranjan Rout | 14:07 PM, Fri Oct 20, 2023

ଓଡ଼ିଶା 365 (ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ରାଜ୍ୟ ସରକାର । ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଆଧାରରେ ୪୨%ରୁ ୪୬%କୁ ବୃଦ୍ଧି ପାଇଛି ମହଙ୍ଗା ଭତ୍ତା । ଏଥିରେ ଉପକୃତ ହେବେ ୪.୫ ଲକ୍ଷ ରାଜ୍ୟ ସରକାରୀ କର୍ମଚାରୀ । ସେହିଭଳି ୩.୫ଲକ୍ଷ ପେନସନଭୋଗୀ ମଧ୍ୟ ଏଥିରୁ ଉପକୃତ ହେବେ । ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ ।

ସେହିଭଳି ରଜ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଢିଥିଲା ମହଙ୍ଗା ଭତ୍ତା । ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପିଛିଲା ଭାବେ ଗତ ଜାନୁଆରୀ ମାସରୁ ଲାଗୁ ହୋଇଥିଲା ବର୍ଦ୍ଧିତ ଭତ୍ତା । ସରକାରୀଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଜୁନ୍‌ ମାସ ଦରମାରେ ଏହା ନଗଦ ଭାବେ ମିଳିଥିଲା । ଗତ ୧୮ ତାରିଖରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ କେନ୍ଦ୍ର ସରକାର।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add

ଯୁବ

google-add
google-add