Tuesday, July 23, 2024

Logo
Loading...
google-add

ଆନ୍ଧ୍ର ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା; ଆହତଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

| 12:45 PM, Mon Oct 30, 2023

ଓଡ଼ିଶା 365 (ବ୍ୟୁରୋ) : ଆନ୍ଧ୍ରରେ ଟ୍ରେନ୍ ଟ୍ରାଜେଡି ସଭିଙ୍କ ହୋସ ଉଡାଇଛି। ମୃତକଙ୍କ ସଂଖ୍ୟା ୧୪ ଛୁଇଁଥିବାବେଳେ ଆହତଙ୍କ ସଂଖ୍ୟା ୫୦ରୁ ଉର୍ଦ୍ଧ୍ୱ ରହିଛି। ରେଳ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ମୃତ ସମସ୍ତ ଯାତ୍ରୀଙ୍କ ପରିବାରକୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ଦିଆଯିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆହତଙ୍କୁ ତୁରନ୍ତ ଓ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ କଥା ହୋଇଛନ୍ତି ।

ଦୁର୍ଘଟଣା ସଂପର୍କରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ସ୍ଥିତି ନିୟନ୍ତ୍ରଣଧୀନ ରହିଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେବା ସହ ରାଜ୍ୟ ସରକାର ଓ ରେଲଓ୍ୱେ ଟିମ୍‌ ମିଳିତରେ ଉଦ୍ଧାର କାର୍ଯ୍ୟ ହୋଇଛି । ୩୩ଟି ଟ୍ରେନକୁ ବାତିଲ୍ ସହ ୨୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଅନ୍ୟପଟେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଟ୍ରାକ୍ ମରାମତି ଏଥିରେ ୯ଶହ କର୍ମଚାରୀ ନିୟୋଜିତ ହୋଇଛନ୍ତି ।


  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add

ଯୁବ

google-add
google-add