Thursday, February 13, 2025

Logo
Loading...
google-add

ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେଲେ ପ୍ରଫେସର ସବିତା ପ୍ରଧାନ 

Rasmi Ranjan Rout | 16:20 PM, Fri Aug 18, 2023

ଓଡ଼ିଶା 365 (ବ୍ୟୁରୋ):  ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେଲେ ପ୍ରଫେସର ସବିତା ପ୍ରଧାନ । କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ୍ ଶୁକ୍ରବାର ସବିତା ପ୍ରଧାନଙ୍କୁ ପୁରୀ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି । କୁଳପତି ଭାବେ ପ୍ରଫେସର ସବିତାଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି।

ପ୍ରଫେସର ସବିତା କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୨ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ଶାନ୍ତି ନିକେତନ ବିଶ୍ୱଭାରତୀରେ ଓଡ଼ିଆ ବିଭାଗର ପ୍ରଫେସର ଅଛନ୍ତି। ଭାଷା ବିଜ୍ଞାନ ଏବଂ ଶୈଳୀ, ଆଧୁନିକ ଓଡ଼ିଆ ସାହିତ୍ୟରେ ତାଙ୍କର ରହିଛି ବେଶ୍ ପାରଦର୍ଶିତା ।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add

ଯୁବ

google-add
google-add