Sunday, January 19, 2025

Logo
Loading...
google-add

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ବରଗଡ଼ ପାଇଁ ୧୩ କୋଟି ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Rasmi Ranjan Rout | 17:31 PM, Tue Oct 17, 2023

ଓଡ଼ିଶା 365 (ବ୍ୟୁରୋ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି ରାଜ୍ୟ ସରକାର । ଏହି ଅଭିଯାନରେ ପ୍ରତି ପଞ୍ଚାୟତ ଓ ପ୍ରତି ଗାଁରେ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ। ଏଥିପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯିବ। ଏନେଇ ଆଜି ଭୁବନେଶ୍ବରରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ଏହି କ୍ରମରେ ବରଗଡ଼ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୧୨୬ କୋଟି ଟଙ୍କା ଘୋଷଣା କରିଛନ୍ତି । ଏଥିମଧ୍ୟରୁ ବରଗଡ ବ୍ଲକର ୩୬୬ଟି ପ୍ରକଳ୍ପ ପାଇଁ ୧୩ କୋଟି ୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ସ୍ଥାନୀୟ ଲୋକମଣ୍ଡପ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ଘୋଷଣା କରିଛନ୍ତି ।

ବିଶେଷ ଭାବେ ବରଗଡ ନିର୍ବାଚନ ମଣ୍ଡଳୀ ସଦର ବ୍ଲକର ଗ୍ରାମାଞ୍ଚଳରେ ଯୁବପିଢିଙ୍କ ପାଇଁ ଡିଜିଟାଲ ପ୍ଲାଟଫର୍ମ କିପରି କରିପାରିବେ ସେନେଇ ସ୍କୁଲ କଲେଜ ଠାରୁ ଆରମ୍ଭ କରି ଖେଳ ପଡିଆ ପରି ବିଭିନ୍ନ ୪୯୭ଟି ପ୍ରକଳ୍ପ ପାଇଁ ୧୭ କୋଟି ଟଙ୍କା ଘୋଷଣା କରିଛନ୍ତି । ସେହିପରି ଜଗନ୍ନାଥ ସଂସ୍କୃତିର ଉନ୍ନତି ପାଇଁ ଜିଲ୍ଲାର ବହୁ ଗୁଡ଼ିଏ ମନ୍ଦିରର ପୁନଃରୁଦ୍ଧାର କରିବା ସହ ନୂତନ ମନ୍ଦିର, ମସଜିଦ ଓ ଚର୍ଚ୍ଚର ନିର୍ମାଣ ପାଇଁ ଅନୁଦାନ ଘୋଷଣା କରାଯାଇଛି ।


  • Trending Tag

  • No Trending Add This News
google-add
google-add
google-add

ଆପଣଙ୍କ ପସନ୍ଦର

ମତାମତ

google-add
google-add
google-add