Sunday, January 19, 2025

Logo
Loading...
google-add

ସ୍ଦାଧିନତାର ୭୭ ବର୍ଷ ପରେ ବି ଦୟନୀୟ ସ୍ଥିତି: ଗାଁକୁ ଭଲ ରାସ୍ତା ନଥିବାରୁ ହସ୍ପିଟାଲରେ ପହଁଚି ନପାରି ସାପ କାମୁଡ଼ା ରୋଗୀର ମୃତ୍ୟୁ

Rasmi Ranjan Rout | 18:15 PM, Sat Aug 19, 2023

ଓଡ଼ିଶା 365 (ବ୍ୟୁରୋ): ସ୍ଦାଧିନତାର ୭୭ ବର୍ଷ ପରେ ବି ରାଜ୍ୟରେ ଏବେ ବି ରହିଛି ଦୟନୀୟ ସ୍ଥିତି। ଗମନାଗମନ ଭଲି ମୌଳିକ ସୁବିଧାରୁ ଏବେ ବି ବଞ୍ଚିତ ଲୋକେ। ଯାହା ଅବସ୍ଥା ଆଜି ଭୋଗିବାକୁ ପଡ଼ିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ସନ୍ତରାପୁର ପଞ୍ଚାୟତର ପରାଭାଡ଼ି ସାହି ପରମାନନ୍ଦ ମହାନ୍ତଙ୍କୁ। ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ହସ୍ପିଟାଲରେ ପହଁଚି ନପାରି ସାପ କାମୁଡ଼ାରେ ପରମାନନ୍ଦଙ୍କର ମୃତ୍ୟୁ ହୋଇଛି। ପ୍ରାୟ ଦେଢ଼ କିମି ଷ୍ଟ୍ରେଚରରେ ବୋହି ନେଇ ମେଡିକାଲ୍‌ରେ ଭର୍ତ୍ତି କଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଘଟଗାଁ ବ୍ଲକ୍‌ ସନ୍ତରାପୁର ପଞ୍ଚାୟତର ପରାଭାଡ଼ି ସାହି ପରମାନନ୍ଦ ମହାନ୍ତ ଘରେ ଶୋଇଥିଲେ। ସେହି ସମୟରେ ତାଙ୍କୁ ଏକ ବିଷଧର ସର୍ପ ଦଂଶନ କରିଥିଲା। ଯେଉଁଥିପାଇଁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମେଡିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ ପରିବାର ଲୋକେ। ଫୋନ୍‌ କଲ୍‌ ପାଇ ଆମ୍ୱୁଲାନ୍ସ ଠିକ୍‌ ସମୟରେ ଆସିଥିଲା। ହେଲେ ପରାଭାଡ଼ି ସାହିକୁ ଯାଇପାରିଲା ନାହିଁ। ଗାଁଠାରୁ ଦେଢ଼ କିମି ଦୂରରେ ଅଟକି ରହିଲା ଆମ୍ୱୁଲାନ୍ସ। ଗାଁକୁ ଯାଇଥିବା ରାସ୍ତା ଦୟନୀୟ ହୋଇଥିବାରୁ ଆମ୍ୱୁଲାନ୍ସ ଆଗକୁ ଯାଇପାରିନଥିଲା। ତେଣୁ ଆମ୍ୱୁଲାନ୍ସ କର୍ମଚାରୀମାନେ ଷ୍ଟ୍ରେଚର ଧରି ପରାଭାଡ଼ି ଗାଁକୁ ଯାଇଥିଲେ। ଗାଁ ଲୋକଙ୍କ ସହାୟତାରେ ଆମ୍ୱୁଲାନ୍ସମାନେ ସର୍ପ ଦଂଶନରେ ଅସୁସ୍ଥ ହୋଇଥିବା ପରମାନନ୍ଦଙ୍କୁ ଷ୍ଟ୍ରେଚରରେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଥିଲେ। ତା’ପରେ ତାଙ୍କୁ ଆମ୍ୱୁଲାନ୍ସରେ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

  • Trending Tag

  • No Trending Add This News
google-add
google-add
google-add

ଆପଣଙ୍କ ପସନ୍ଦର

ମତାମତ

google-add
google-add
google-add