Sunday, January 19, 2025

Logo
Loading...
google-add

ଧର୍ମ ବିହାରରେ ଲୋକାର୍ପିତ ହେଲା ପିଏନଜି ଶବଦାହ ଗୃହ

Rasmi Ranjan Rout | 17:04 PM, Fri Aug 18, 2023

ଓଡ଼ିଶା 365 (ବ୍ୟୁରୋ):  ଏଣିକି ପ୍ରାକୃତିକ ଗ୍ୟାସରେ ହେବ ଶବଦାହ । ଆବଶ୍ୟକ ପଡିବନି କାଠ । ଗେଲ୍ (ଇଣ୍ଡିଆ) ଲିମିଟେଡ୍‌ର କର୍ପୋରେଟ୍ ପକ୍ଷରୁ ଭୁବନେଶ୍ୱରର ଧର୍ମବିହାରଠାରେ ଲୋକାର୍ପିତ ହୋଇଛି ପ୍ରାକୃତିକ ଗ୍ୟାସ୍ ଆଧାରିତ ଏକ ଅତ୍ୟାଧୁନିକ ଶବଦାହ ଗୃହ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଏହା ଲୋକାର୍ପିତ ହୋଇଛି । ଏହା ବ୍ୟତୀତ ଭୁବନେଶ୍ୱରର ଆଳୁଗଦି, ଆଇଗିଣିଆ ଏବଂ କଟକର ଖାନନଗରଠାରେ ଏହି ଶବଦାହ ଗୃହ ନିର୍ମାଣ ଅଗ୍ରୀମ ପର୍ଯ୍ୟାୟରେ ଉପନୀତ । ସମସ୍ତ ତିନି ସ୍ଥାନ ନିମନ୍ତେ ୧୬ କୋଟି ଟଙ୍କା ବଜେଟ୍‌ ଆକଳନ କରାଯାଇଛି । ଏହି ପ୍ରକଳ୍ପ ଶୁଦ୍ଧ ଇନ୍ଧନକୁ ପ୍ରୋତ୍ସାହିତ ବାୟୁମଣ୍ଡଳର ମାନରେ ସୁଧାର ଏବଂ ଅଙ୍ଗାରକ ନିର୍ଗମନ ହ୍ରାସ କରିବା ଗେଲ୍‌ର ଲକ୍ଷ୍ୟ ଅଟେ ବୋଲି କହିଥିଲେ ଉପସ୍ଥିତ ଗେଲ ଅଧିକାରୀ ।

ଏହି ପ୍ରକଳ୍ପର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି, ପରିବେଶ ଅନୁକୂଳ ଶବଦାହ ଅଭ୍ୟାସକୁ ଉତ୍ସାହିତ କରିବା, ବାୟୁ ପ୍ରଦୂଷଣ ହ୍ରାସ, ଅନ୍ତିମ ସଂସ୍କାର ପାଇଁ ଦକ୍ଷ ସୁବିଧା ପ୍ରଦାନ ଏବଂ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ପିଏନ୍‌ଜି ଦ୍ୱାରା ଶବଦାହର ଲାଭ ବାବଦରେ ସଚେତନତା ବୃଦ୍ଧି କରିବା । ତେବେ ଆଜିର ଏହି ଏହି ଶବଦାହ ଗୃହ ଉଦଘାଟନକୁ ବିଏମସି ଅବା ସରକାରଙ୍କ ପକ୍ଷରୁ କେହି ଆସି ନ ଥିଲେ । ଏପରିକି ଚାବି ନେବାକୁ କୌଣସି ଅଧିକାରୀ ଆସିନଥିବା ଅଭିଯୋଗ ସାସଂଦ ଅପରାଜିତା ଷଡଙ୍ଗୀ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଏହା କେଉଁ ପ୍ରକାର ବିବେକ ବୋଲି ପ୍ରଶ୍ନ କରିଛନ୍ତି ସାସଂଦ ଅପରାଜିତା ଷଡଙ୍ଗୀ।

  • Trending Tag

  • No Trending Add This News
google-add
google-add
google-add

ଆପଣଙ୍କ ପସନ୍ଦର

ମତାମତ

google-add
google-add
google-add