Sunday, January 19, 2025

Logo
Loading...
google-add

ଏଣିକି ଘରେ ପହଞ୍ଚିବ ୧୮୧ ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Rasmi Ranjan Rout | 12:43 PM, Sat Sep 09, 2023

ଓଡ଼ିଶା 365 (ବ୍ୟୁରୋ):  ଭ୍ରାମ୍ୟମାଣ ଗାଡ଼ିରେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ହେଲା ସହଜ। ଫଳରେ ଘର ମୁହଁରେ ଭ୍ରାମ୍ୟମାଣ ଗାଡ଼ି ପହଞ୍ଚିବ ଗୃହପାଳିତ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ୍‌ ଗାଡ଼ିର ଶୁଭାରମ୍ଭ କରିଛନ୍ତି।

ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଯେଉଁଠି ଗାଁଠାରୁ ପଶୁ ଡାକ୍ତରଖାନା ଦୂରରେ ରହିଛି ବିଶେଷ କରି ସେହି ସ୍ଥାନରେ ଏହି ଭ୍ରାମ୍ୟମାଣ ଚିକିତ୍ସା ଯୋଗାଇ ଦିଆଯିବ। ୧୮୧ଟି ଭ୍ରାମ୍ୟମାଣ ପଶୁ ଚିକିତ୍ସା ୟୁନିଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଖର୍ଚ୍ଚ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାଣୀ ଚିକିତ୍ସା ଅନୁଷ୍ଠାନରୁ ଦୂରରେ ରହିଥିବା ଗାଁର ଚାଷୀଙ୍କୁ ଦ୍ବାର ମୁହଁରେ ପ୍ରାଣୀ ଚିକିତ୍ସା ସେବା ପହଞ୍ଚାଇବ । ରାଜ୍ୟ ସରକାର ପଶୁପାଳନ କରୁଥିବା ଚାଷୀଙ୍କ ରୋଜଗାର ବଢାଇବା ସହ ସେମାନଙ୍କ ମୁହଁରେ ଖୁସି ଆଣିବାକୁ ସମସ୍ତ ପ୍ରକାର ପ୍ରୟାସ କରିଛନ୍ତି । ଚାଷ ପରେ ପଶୁପାଳନକୁ ଚାଷୀଙ୍କ ରୋଜଗାରରେ ଉନ୍ନତି ପାଇଁ ଦ୍ବିତୀୟ ରାସ୍ତା ବୋଲି ସରକାର ଚିହ୍ନଟ କରିଛନ୍ତି । ଏହି ମୋବାଇଲ ଭେଟେନାରୀ ୟୁନିଟ ଗୁଡିକ ଉନ୍ନତ ମାନର ପ୍ରାଣୀ ଚିକିତ୍ସା ପ୍ରଦାନ କରିବେ । ଏହାସହିତ ୟୁନିଟରେ ଥିବା ବିଶେଷଜ୍ଞମାନେ ଚାଷୀଙ୍କୁ ଏ ସମ୍ପର୍କିତ ପରାମର୍ଶ ମାନ ଦେବେ । ପ୍ରାଥମିକ ପ୍ରାଣୀ ଚିକିତ୍ସା, ଜଟିଳ ଅସ୍ତ୍ରୋପଚାର, ଟିକାକରଣ ନିଦାନ ସେବା ସମତେ ଚାଷୀ ସଚେତନତା ଶିବିର ଆୟୋଜନ କରାଯିବ । ମୋବାଇଲ ଭେଟେନାରୀ ୟୁନିଟ ଗୁଡିକର ଲୋକେସନ୍ ଜାଣିବା ପାଇଁ ଜିପିଏସ୍ ବ୍ୟବସ୍ଥା ରହିବ । 

  • Trending Tag

  • No Trending Add This News
google-add
google-add
google-add

ଆପଣଙ୍କ ପସନ୍ଦର

ମତାମତ

google-add
google-add
google-add