Sunday, January 19, 2025

Logo
Loading...
google-add

‘ଲକ୍ଷ୍ମୀ’ ବସ୍ ଯୋଜନାରେ ଆଜି ଗଜପତି ଜିଲ୍ଲାକୁ ଗଡ଼ିଲା ବସ୍

Rasmi Ranjan Rout | 16:47 PM, Fri Oct 20, 2023

ଓଡ଼ିଶ 365 (ବ୍ୟୁରୋ):‘ଲକ୍ଷ୍ମୀ’ ବସ୍ ଯୋଜନାରେ ଆଜି ଗଜପତି ଜିଲ୍ଲାକୁ ଗଡ଼ିଲା ବସ୍। ଭର୍ଚୁଆଲ  ମାଧ୍ୟମରେ  ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୭ଟି ବ୍ଲକ୍‌ରେ ଚାଲିବ ୩୬ଟି ଲକ୍ଷ୍ମୀ ବସ୍  ଗଡ଼ିଛି। ତେବେ ଏହି ଉଦ୍ଘାଚନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ। ଜିଲ୍ଲାର ୭ଟି ବ୍ଲକରେ ବସ୍ ସେବା ଯୋଗାଇବ ।

ତେବେ ‘ଲକ୍ଷ୍ମୀ’ ବସ୍ ଯୋଜନା ଆଜିର ଏ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ପରେ ଗଜପତିରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ଏହି ସେବା ୭ଟି ବ୍ଲକର ୧୨୬ ପଞ୍ଚାୟତରେ ମିଳିବ । ଏହି ସବୁ ପଞ୍ଚାୟତରେ ବିକାଶର ଧାରା ଆରମ୍ଭ ହେବ । ଯୋଗାଯୋଗ ବିକାଶର ଆଧାର । ସାରା ରାଜ୍ୟରେ ହଜାରରୁ ଅଧିକ ଲକ୍ଷ୍ମୀ ବସ୍ ଚାଲିବ । ତେବେ ଜିଲ୍ଲାର ସାତୋଟି ବ୍ଲକର ଉପାନ୍ତ ପଞ୍ଚାୟତ ଗୁଡ଼ିକରୁ ବ୍ଲକ ସଦର ମହକୁମାକୁ ଗଢ଼ିବ ଏହି ଲକ୍ଷ୍ମୀ ବସ। ଯାତାୟାତର ସୁବିଧା ପାଇବେ ଗ୍ରାମାଞ୍ଚଳର ଜନସାଧାରଣ। ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇବ। 


  • Trending Tag

  • No Trending Add This News
google-add
google-add
google-add

ଆପଣଙ୍କ ପସନ୍ଦର

ମତାମତ

google-add
google-add
google-add