Sunday, January 19, 2025

Logo
Loading...
google-add

କାର୍‌-ସାଇକେଲ୍‌ ଧକ୍କା, ଚାଲିଗଲା ୨ ଜୀବନ

| 12:17 PM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ) : ଅଧା ରାସ୍ତାରେ ସାଇକେଲକୁ ଧକ୍କା ଦେଲା କାର୍‌ ଆଉ ଚାଲିଗଲା ଦୁଇ ଜଣଙ୍କ ଜୀବନ । ହଁ ଆଜ୍ଞା ଏଭଳି ଏକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ ଏ୯ ଢାବା ନିକଟରେ । ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଉ ଚାଲିଗଲା ଦୁଇ ଜଣଙ୍କ ଜୀବନ ।ଖବର ଅନୁଯାୟୀ, ରାଉରକେଲା ପଟୁ ଆସୁଥିଲା ଏକ କାର୍‌ ଟି ଜରଙ୍ଗଲୋଇ ଏ୯ ଢାବା ନିକଟରେ ଦୁଇ ଜଣ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା ।

ଉଭୟ ଆରୋହୀ ସାଇକେଲ୍‌ରୁ ଛିଟିକି ପଡିଥିଲେ । ଏପିରିକି ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ଜଣାପଡିଛି । ମୃତକ ଦୁଇ ଜଣ ଜରଙ୍ଗଲୋଇ ଗାଁର ବୋଲି ଜଣାପଡିଥିବା ବେଳେ ସେମାନଙ୍କ ପରିଚୟ ହସ୍ତଗତ ହୋଇନାହିଁ । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add
google-add
google-add