Tuesday, July 23, 2024

Logo
Loading...
google-add

ଅକ୍ଟୋବରରୁ ରାଜ୍ୟରେ ବାଘ ଗଣନା

| 11:43 AM, Fri Sep 15, 2023

ଓଡ଼ିଶା365(ବ୍ୟୁରୋ): ଅକ୍ଟୋବର ମାସରୁ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା । ଫଳରେ ଆଜିଠୁ ରାଜ୍ୟରେ ତାଲିମ ପ୍ରକ୍ରିୟା ଆରମ୍ଭ ହେଉଛି। ରାଜ୍ୟ ବନବିଭାଗ ସ୍ବତନ୍ତ୍ର ଭାବେ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବିଭିନ୍ନ ପର୍ଯ୍ୟାୟରେ ଗଣନାକାରୀଙ୍କୁ ତାଲିମ ଦିଆଯିବା ପାଇଁ ଯୋଜନା କରାଯାଇଛି। ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ଚନ୍ଦକା ଗୋଡିବାରିଠାରେ ତାଲିମ ଦିଆଯିବ। ୮ଟି ସର୍କଲରୁ ଜଣେ ଲେଖାଏଁ ଏସିଏଫଓଙ୍କୁ ଏହି ତାଲିମ ଦିଆଯିବ। ଏଥିପାଇଁ ବେଙ୍ଗାଳୁରୁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବ୍ୟାଘ୍ର ବିଭାଗର ୨ଜଣ ବିଶେଷଜ୍ଞ ଓଡ଼ିଶା ଆସିଛନ୍ତି। ପ୍ରଥମେ ମାଷ୍ଟର ଟ୍ରେନରଙ୍କୁ ତାଲିମ ଦିଆଯିବା ପରେ କ୍ଷେତ୍ରସ୍ତରରେ ଏହି ଟ୍ରେନରମାନେ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବେ ।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add
google-add
google-add