Sunday, January 19, 2025

Logo
Loading...
google-add

ଅଧ୍ୟାପକଙ୍କ ପାଠପଢ଼ାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ: ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ

Rasmi Ranjan Rout | 11:23 AM, Wed Aug 16, 2023

 ଓଡ଼ିଶା 365 (ବ୍ୟୁରୋ):  ଅଧ୍ୟାପକଙ୍କ ପାଠପଢାରେ ସହ କଲେଜର ବିତ୍ତିଭୂମି ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଏନେଇ ଅନ୍‌ଲାଇନ୍‌ ଫିଡ୍ ବ୍ୟାକ୍ ମାଧ୍ୟମରେ ଏଭଳି ଅଭିଯୋଗ କରିଛନ୍ତି ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ। ଯାହା ଉଚ୍ଚଶିକ୍ଷା ବିଭାଗ ନିଦ ହଜେଇ ଦେଇଛି । ଛାତ୍ରଛାତ୍ରୀଙ୍କ ଠାରୁ ଏହିଭଳି ମାଳ ମାଳ ଅଭିଯୋଗ ପାଇବା ପରେ ସମ୍ପୃକ୍ତ କଲେଜଗୁଡିକୁ ରିପୋର୍ଟ ମାଗିଛି ଉଚ୍ଚ ଶିକ୍ଷା ବିଭାଗ। ୧୪ଦିନ ଭିତରେ ରିପୋର୍ଟ ଦେବାକୁ କଲେଜ ଗୁଡ଼ିକୁ ନିର୍ଦ୍ଦେଶ   ।ଶିକ୍ଷାନୁଷ୍ଠାନରେ ଶିକ୍ଷାରମାନ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି ଏହି ପ୍ରୟାସ । ଏହାପରେ ଅଧ୍ୟାପକଙ୍କ ପ୍ରଦର୍ଶନକୁ ନେଇ ଛାତ୍ରଛାତ୍ରୀ ଦେଇଥିବା ଫିଡବ୍ୟାକରେ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏହି ତାଲିକାରେ ରହିଛି । ଯେଉଁଠି ଅଧ୍ୟାପକମାନେ ୭ଘଣ୍ଟା ପାଠପଢ଼ାଉ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ସେହିପରି ଅଧ୍ୟାପକ ମଦ୍ୟପାନ କରି କଲେଜ ଆସୁଥିବା ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ସେହିପରି ପାଠପଢ଼ା ଓ ଭିତ୍ତିଭୂମିର ଅଭାବ ତାଲିକାରେ ବିଜେବି ସ୍ୱୟଂଶାସିତ କଲେଜ, ମହର୍ଷି କଲେଜ, ପୁରୀର ଏସସିଏସ କଲେଜ ଭଳି ରାଜ୍ୟର ଅଗ୍ରଣୀ ଡିଗ୍ରୀ କଲେଜ ରହିଛି । ଅନେକ କଲେଜରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ମଧ୍ୟରେ କେହି ଜଣେ ବି ଠିକ ସମୟରେ କଲେଜକୁ ଆସୁନାହାନ୍ତି । କଲେଜରେ ବାୟୋମେଟ୍ରିକ ବ୍ୟବସ୍ଥା ଥିଲେ ବି ଏହାକୁ କାହିଁକି କଡାକଡି ଭାବେ ପାଳନ କରାଯାଉନାହିଁ । ଯାହା ଏବେ  ଉଚ୍ଚଶିକ୍ଷା ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି। 

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add
google-add
google-add