Sunday, January 19, 2025

Logo
Loading...
google-add

ଡ୍ୟୁଟିରେ ଥାଇ ବି ନିଶାରେ ଚୁର୍ ଗେଟ୍ ମ୍ୟାନ୍‌, ଟ୍ରେନ ଆସିବା ପୂର୍ବରୁ ଫାଟକ ପକାଇଲେ ସ୍ଥାନୀୟ ଲୋକ


Rasmi Ranjan Rout | 10:50 AM, Thu Aug 24, 2023

ଓଡ଼ିଶା 365 (ବ୍ୟୁରୋ): ଡ୍ୟୁଟିରେ ଥାଇ ବି ନିଶାରେ ଚୁର୍ ଗେଟ୍ ମ୍ୟାନ୍‌।  ଟ୍ରେନ ଆସିବା ପୂର୍ବରୁ ଫାଟକ ପକାଇଲେ ସ୍ଥାନୀୟ ଲୋକ। ଲୋକଙ୍କ ଜିବନକୁ ନେଇ ଏଭି ଖାମଖିଆଲ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନାରଙ୍ଗାବାଜ ରେଳଫାଟକ ନିକଟରେ। ନାରଙ୍ଗାବାଜ ରେଳଫାଟକରେ ଗେଟ୍ ମ୍ୟାନ୍‌ ଡ୍ୟୁଟିରେ ଥାଇ ବି ନିଶାରେ ଚୁର୍ ଥିଲେ। ତେବେ ସ୍ଥାନୀୟ ଲୋକ ଆସି ଫାଟକ ପକାଇବାରୁ ଏକ ମାଲବାହୀ ଟ୍ରେନ ସୁରକ୍ଷିତ ଭାବେ ଅତିକ୍ରମ କରିଥିଲା।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୮ଟା ସମୟରେ ନାରଙ୍ଗାବାଜ ରେଳଫାଟକରେ ଗେଟ୍ ମ୍ୟାନ୍‌ ଡ୍ୟୁଟିରେ ଥାଇ ବି ନିଶାରେ ଚୁର୍ ଥିବା ଦେଖିବାକୁ ମିଳିଥିଲା। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଲା ରହିଥିଲା ଫାଟକ । ଅମର୍ଦ୍ଦା ରୋଡ ସାପ୍ତାହିକ ହାଟ ଥିବାରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଫାଟକ ପାର ହୋଇ ହାଟ କରିବାକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଥିବା ଗେଟ କିପର୍ ନିଶାରେ ଚୁର ଥିଲେ । ଏହି ସମୟରେ ଅମର୍ଦ୍ଦାରୋଡରୁ ବସ୍ତା ଅଭିମୁଖେ ଏକ ଟ୍ରେନ ଖୋଲା ଥିବା ଫାଟକକୁ ଅତିକ୍ରମ କରିଥିଲା । ହାଟରୁ ଫେରୁଥିବା ଲୋକ ଆସି ଫାଟକ ପକାଇବା ପରେ ଅନ୍ୟ ଏକ ମାଲବାହୀ ଟ୍ରେନ ଅତିକ୍ରମ କରିଥିଲା। ସ୍ଥାନୀୟ ଲୋକଙ୍କ ପାଇଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଏହାପରେ ସ୍ଥାନୀୟ ଲୋକ ନିଶାଶକ୍ତ ଗେଟ୍ କିପରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add
google-add
google-add