Thursday, January 23, 2025

Logo
Loading...
google-add
News365

ଏଣିକି ବସ୍ ଭିତରକୁ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ କଲେ କାର୍ଯ୍ୟାନୁଷ୍ଠାନ

Editor | 11:22 AM, Sat Jul 29, 2023

ନ୍ୟୁଜ୍ 365(ବ୍ୟୁରୋ): ଏମିକି ବସ୍ ଭିତରକୁ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ କଲେ ସମ୍ପୃକ୍ତ ବସ୍ ମାଲିକଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ବସର ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ ଅଭିଯୋଗ ମାମଲାକୁ ନେଇ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ ବିଭାଗ ସଚିବ। ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦଣ୍ଡ ଦିଆଯିବ ବୋଲି ନିର୍ଦ୍ଦେଶନାମାରେ ରାଜ୍ୟ ପରିବହନ ସଚିବ ଉଲ୍ଲେଖ କରିଛନ୍ତି। ଏନେଇ ସବୁ RTO ମାନଙ୍କୁ ସଚିବ ଚିଠି କରିଛନ୍ତି। ତା’ସହ ନିୟମିତ ଯାଞ୍ଚ କରିବାକୁ ରାଜ୍ୟର ସମସ୍ତ RTO ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁଠି ଯଦି ମହିଳାଙ୍କୁ ପ୍ରଥମେ ବସ୍ ଉପରେ ଚଢ଼ିବା ପାଇଁ ବାରଣ କରାଯାଏ, ତେବେ ସଂପୃକ୍ତ ବସ୍ ମାଲିକଙ୍କ ବିରୋଧରେ ଇ-ଚାଲାଣ କାଟିବାକୁ ରାଜ୍ୟ ପରିବହନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ଏଭଳି ନିର୍ଦ୍ଦେଶନାମା ଆସିବା ପରେ ଆଜି କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ବସ ମାଲିକ ସଂଘ ପକ୍ଷରୁ ବସର କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ ସରକାରୀ ନିୟମ ପାଳନ ପାଇଁ ମାଇକ ଜରିଆରେ ପ୍ରଚାର କରାଯାଇଛି। 

ମାତ୍ର, ଏହାର ଉଲ୍ଲଂଘନ ହେଲେ ୧୯୮୨ ‌ମୋଟର ଯାନ ଆଇନର ଧାରା ୧୯୨ ଏ ରେ ଖିଲାପକାରୀଙ୍କୁ ଦଣ୍ଡିତ କରାଯିବ ବୋଲି ଚିଠି‌ରେ ଉଲ୍ଲେଖ କରାଯାଇଛି। ଏଥିପାଇଁ ସମସ୍ତ ଷ୍ଟେଜ୍ କ୍ୟା‌ରେଜ୍ ବା ଯାତ୍ରୀବାହୀ ଗାଡିଗୁଡିକୁ ନିୟମିତ ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ମାଲିକ କିମ୍ବା କଣ୍ଡକ୍ଟର ମହିଳାମାନଙ୍କୁ ପ୍ରଥମେ ଯାତ୍ରୀ ଭାବେ ବସ୍ ଭିତରକୁ ଯିବାକୁ ବାରଣ କରିଥିବା ଅଭିଯୋଗ ଆସିଲେ ସଂପୃକ୍ତ ଗାଡି ମାଲିକଙ୍କ ପାଖରୁ ଇ ଚାଲାଣ କଟାଯିବ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add
google-add
google-add