Tuesday, July 23, 2024

Logo
Loading...
google-add

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରୁଛି ଅଘୋଷିତ ପାର୍କିଂ

| 11:18 AM, Mon Nov 13, 2023

ଓଡ଼ିଶା 365 (ବ୍ୟୁରୋ) : ସ୍ମାଟ୍ ଷ୍ଟାଇଲରେ ନିର୍ମାଶ କରାଯାଇଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ । ପର୍ଯ୍ୟଟକଙ୍କ ମନ କିଣିବାରେ ବାଧକ ସାଜୁଛି ଅଘୋଷିତ ପାର୍କିଂ । ହଁ ଆଜ୍ଞା ମହାପ୍ରଭୁଙ୍କ ଦର୍ଶନରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଥାଏ ଶ୍ରୀମନ୍ଦିରକୁ । ତେଣୁ ପରିକ୍ରମା ଓ ସାହି ବାସିନ୍ଦାଙ୍କ ଯାତାୟାତ ପାଇଁ ନିର୍ମିତ ହୋଇଛି ମାର୍ଗ । କିନ୍ତୁ ଏହି ମାର୍ଗ ଭକ୍ତଙ୍କ ପାଇଁ ବାଧା ସୃଷ୍ଟି କରୁଛି । ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ୍‌ ପାର୍କିଂ ହେଉଥିବାରୁ ମାର୍ଗ ସଂକୁଚିତ ହୋଇଯାଉଛି । ଯାତାୟାତ କରୁଥିବା ବାସିନ୍ଦାମାନରେ କ୍ଷୋଭ ଦେଖିବାକୁ ମିଳିଛି । ବିଶେଷକରି ସନ୍ଧ୍ୟା ହେଲେ ସ୍ଥିତି ଆହୁରି ସଂଗିନ ହେଉଛି । ଖାଲି ସେତିକି ନୁହେଁ ଏହାବ୍ୟତୀତ ସିଂହଦ୍ୱାର ବାହାରେ ବ୍ୟାରିକେଡ୍‌ ପାଖରେ ବାଇକ୍‌ ପାର୍କିଂ ହେଉଛି । ବାଇକ୍‌ ପାର୍କିଂ ପାଇଁ ସରକାରୀ ସ୍ତରରେ କିମ୍ବା ଘରୋଇ ସ୍ତରରେ କୌଣସି ସୁବିଧା କରାଯାଇନାହିଁ । ଅଧିକାଂଶ ସ୍ଥାନୀୟ ଭକ୍ତ ବାଇକ୍‌ ନେଇ ଦର୍ଶନ ପାଇଁ ଯାଉଥିବା ବେଳେ ଭକ୍ତମାନେ ଏହି ମାର୍ଗକୁ ପାର୍କିଂରେ ପରିଣତ କରିଦେଇଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି।

ଜେଲ୍‌ ରୋଡ୍‌ରେ ଅବଢ଼ା ଯୋଜନାରେ ୬୭.୬୩ କୋଟି ଟଙ୍କାରେ ବହୁତଳ ବିଶିଷ୍ଟ ପାର୍କିଂ ଓ ସୌଧ ନିର୍ମାଣ କରାଯାଇଛି। ହେଲେ ତାହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇନାହିଁ । ରଥଯାତ୍ରାରେ ଏହା ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲା ଯାଇଥିଲେ ସୁଦ୍ଧା କେବଳ ଚାରି ଚକିଆ ପାର୍କିଂ ସୁବିଧା ମିଳିଥିଲା । ଏହି ବହୁତଳ ପାର୍କିଂ ମଧ୍ୟରେ ୫ଶହ ଚାରିଚକିଆ ଓ ୫ଶହ ଦୁଇଚକିଆ ଯାନ ପାର୍କିଂ ସୁବିଧା ରହିଥିବା ବେଳେ । ମାତ୍ର ଏହା କାର୍ଯ୍ୟକାରୀ ହେଉନାହିଁ । ଏଣେ ଏବେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବାଇକ୍‌ ଛଡ଼ାଯାଉଥିବାରୁ ଭକ୍ତମାନେ ନିଜ ସୁବିଧା ପାଇଁ ମନ୍ଦିର ନିକଟକୁ ଯାଉଛନ୍ତି ସତ, କିନ୍ତୁ ବାଇକ୍‌ ରଖିବା ପାଇଁ ସୁବିଧା ପାଉନାହାନ୍ତି । ତେଣୁ ପରିକ୍ରମା ମାର୍ଗ ମଧ୍ୟରେ ଏଣେତେଣେ ଗାଡ଼ି ରଖି ମନ୍ଦିରକୁ ଯାଉଛନ୍ତି । ଏହି ମାର୍ଗରେ ବ୍ୟାଟେରି ଅଟୋ ସମେତ ସାହି ବାସିନ୍ଦାମାନେ ବାଇକ ନେଇ ସହର ମଧ୍ୟକୁ ଆସୁଥିବା ବେଳେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ତୁରନ୍ତ ବାଇକ୍‌ ପାର୍କିଂ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ସହ ପରିକ୍ରମା ମାର୍ଗକୁ ମୁକ୍ତ ରଖିବା ପାଇଁ ପୁଲିସ ମୁତୟନ କରିବାକୁ ଦାବି ହୋଇଛି ।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add

ଯୁବ

google-add
google-add