Wednesday, March 26, 2025

Logo
Loading...
google-add

ଜାଣନ୍ତୁ କାହିଁକି ମା କାଳିଙ୍କ ଜିଭ କାଢ଼ିଥିବା ରୂପ ପୂଜା ପାଇଥାଏ

| 10:50 AM, Fri Nov 10, 2023

ଓଡ଼ିଶା 365 (ବ୍ୟୁରୋ) : ବର୍ଷକରେ ଥରେ ଆସିଥାଏ ଆଲୋକର ପର୍ବ ଦୀପାବଳି । ଜୀବନରୁ ଅନ୍ଧାରକୁ ଦୂର କରିବା ପାଇଁ ପ୍ରତ୍ୟେକ ମଣିଷ ଦୀପାବଳିର ଏହି ପର୍ବକୁ ଖୁବ୍ ଧୁମଧାମ୍ ରେ ସହିତ ପାଳନ କରିଥାନ୍ତି । ମାତ୍ର ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟରେ ଏହି ଦିନ ଆଲୋକ ପର୍ବ ସହିତ ମା’ କାଳୀଙ୍କ ପୂଜା ମଧ୍ୟ କରାଯାଇଥାଏ । ଏବଂ ଏହି ପୂଜାରେ ଲୋକମାନେ ନିଜ ଘରେ ଦେବୀ କାଳୀଙ୍କୁ ପୂଜା ମଧ୍ୟ କରିଥାନ୍ତି । ତେବେ ଆପଣ ଜାଣନ୍ତିକି ଏହି ପୂଜାରେ ମା କାଳିଙ୍କ’ ଜିଭ କାଢ଼ିଥିବା ରୂପକୁ କାହିଁକି ପୂଜା କରାଯାଇଥାଏ ? ସେନେଇ ପୌରାଣିକ କାହାଣୀ ମଧ୍ୟ ରହିଛି ପୁରାଣ ଅନୁସାରେ, ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍‌ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ। ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ ।

ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ୱରୂପ ଅର୍ଥାତ୍‌ ମା’ କାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ । ତେବେ ଶୁମ୍ଭ-ନିଶୁମ୍ଭଙ୍କୁ ନିପାତ କରି ସାରିବା ପରେ ମଧ୍ୟ ମା’ କାଳୀ ଶାନ୍ତ ହୋଇ ନ ଥିଲେ। ମା’ଙ୍କ ରକ୍ତମୁଖା ରୂପ ଦେଖି ଦେବତାମାନେ ମଧ୍ୟ ଭୟ ପାଇ ଯାଇଥିଲେ। ଶେଷରେ ମା’ କାଳୀଙ୍କୁ ତାଙ୍କ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଭଗବାନ ଶିବ ତାଙ୍କ ଯିବା ବାଟର ଭୂମିରେ ଶୟନ କଲେ। ଆଉ ମା’ କାଳୀ ମହାଦେବଙ୍କ ଛାତି ଉପରେ ଗୋଡ଼ ରଖି ଦେଇଥିଲେ। ନିଜ ସ୍ୱାମୀଙ୍କ ଉପରେ ଗୋଡ଼ ରଖିବା ପରେ ମା’ ନିଜ ପୂର୍ବ ଅବସ୍ଥାକୁ ସ୍ମରଣ କରି ପାରିଥିଲେ ଓ ଲଜ୍ଜାରେ ନିଜ ଜିଭ ଆଗକୁ ବାହାର କରି ଦେଇଥିଲେ। ସେହିଦିନଠାରୁ ମା’ଙ୍କର ଏହି ରୂପକୁ କାଳୀ ପୂଜା ଅର୍ଥାତ୍‌ ଦୀପାବଳିରେ ପୂଜା କରାଯାଇଥାଏ ।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add

ଯୁବ

google-add
google-add