Tuesday, July 23, 2024

Logo
Loading...
google-add

ବଡ଼ ଠାକୁରଙ୍କ ନାଁରେ ବଡ଼ ଠକେଇ

| 14:55 PM, Fri Nov 10, 2023

ଓଡ଼ିଶା 365 (ବ୍ୟୁରୋ) : ମହାପ୍ରଭୁଙ୍କ ନାଁରେ ଅନଲାଇନରେ ଠକେଇ । ହଁ ଆଜ୍ଞ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ବିଭିନ୍ନ ପ୍ରକାରର ପୂଜାର୍ଚ୍ଚନା ଓ ଭୋଗ କରାଇବା ନାଁ ରେ ଅନଲାଇନ ମାଧ୍ୟମରେ ଚାଲିଛି ଠକେଇ । ଉତ୍ସବ ଆପ୍ ନାମକ ଏକ ସଂସ୍ଥା ଏଭଳି ଠକେଇ କରୁଥିବା ସାମ୍ନାକୁ ଆସିଛି । ମହାପ୍ରଭୁଙ୍କ ପାଖରେ ଯଦି କୌଣସି ଭକ୍ତ ସ୍ୱତନ୍ତ୍ର ଚତୁର୍ଦ୍ଧ ପୂଜା କରିବାକୁ ଚାହୁଁଛି ତେବେ ଏଥିପାଇଁ ତାଙ୍କୁ ୧୧୫୧ଟଙ୍କା, ନାମ, ଗୋତ୍ର, ସଂକଳ୍ପ ପୂଜା ପାଇଁ ୮୦୧ଟଙ୍କା, ଧ୍ୱଜା ବନ୍ଧନ ପାଇଁ ୨୧୫୧ଟଙ୍କା, ପରିବାର ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବାକୁ ଚାହୁଁଥିଲେ ୨୪୦୧ଟଙ୍କା, ମାସିକ ପୂଜା କରିବାକୁ ଚାହୁଁଥିଲେ ୮୧୦୧ ଟଙ୍କା ଭଳି ବିଭିନ୍ନ ପ୍ରକାରର ପୂଜା ନାଁରେ ଆଖିରେ ଆଙ୍ଗୁଠି ଗେଞ୍ଜି ଭକ୍ତଙ୍କ ଭାବନା ସହ ଖେଳ ଖେଳାଯାଉଛି ।

 ଉତ୍ସବ ଆପ୍ ନାମକ ଏକ ୱେବସାଇଟରେ ମହାପ୍ରଭୁଙ୍କ ନାଁ ରେ ଚାଲିଛି ଏଭଳି ଅନଲାଇନ ଠକେଇ । ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବେଳେ, ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେବାୟତ ଓ ଭକ୍ତ ଦାବି ରଖିଛନ୍ତି ।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add

ଯୁବ

google-add
google-add