Thursday, February 13, 2025

Logo
Loading...
google-add

ପୁରୀ ଖଜାକୁ ନେଇ GI ଟ୍ୟାଗ୍ ଦାବି କଲେ ଶ୍ରୀମନ୍ଦିର ସେବାୟତ ଓ ବ୍ୟବସାୟୀ

Rasmi Ranjan Rout | 17:17 PM, Mon Nov 06, 2023

ଓଡ଼ିଶା 365 (ବ୍ୟୁରୋ): କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ ଏବେ ପୁରୀ ଖଜାକୁ ନେଇ ଯୋର ଧରିଛି ଜିଆଇ ଟ୍ୟାଗ୍ ମାନ୍ୟତା ଦାବି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛପନ ଭୋଗର ଅଂଶବିଶେଷ ହେଉଛି ଖଜା । ଖଜାର ରୂପ, ସ୍ୱାଦ ଓ ପ୍ରସ୍ତୁତି ପ୍ରଣାଳୀ ନିମନ୍ତେ ରହିଛି ସ୍ଵତନ୍ତ୍ର ଲୋକପ୍ରିୟତା ।‌ ଏଣୁ ପୁରୀ ଖଜାକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ନିହାତି ଆବଶ୍ୟକ ବୋଲି ଦାବି କରିଛନ୍ତି ଭକ୍ତ, ସେବାୟତ, ଗବେଷକ ଓ ବୁଦ୍ଧିଜୀବି । ପୁରୀ ଖଜାର ପ୍ରସ୍ତୁତି ପ୍ରଣାଳୀକୁ ନେଇ ଭୌଗଳିକ ସୁଚକାଙ୍କ ବା ଜିଆଇ ଆଧୀନରେ ପଂଜିକୃତ ପାଇଁ ବ୍ୟବସାୟୀ ଓ ସେବାୟତ ମଧ୍ୟ ଦାବି କରିଛନ୍ତି ।

ମହାପ୍ରଭୁଙ୍କ ଛପନ ଭୋଗର ଅଂଶବିଶେଷ ଏହି ଖଜାର ତିଆରି ଶୈଳି ମଧ୍ୟ ସ୍ୱତନ୍ତ୍ର ଓ ଭିନ୍ନ । ପୁରୀ ସହରରେ ଶତାଧିକ ଖଜା ଦୋକାନୀ ରହିଥିବା ବେଳେ ଏକ ହଜାରରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ଅଛନ୍ତି ଏହି ବ୍ୟବସାୟରେ । କିନ୍ତୁ ଏଯାଏଁ ଖଜା ଦୋକାନୀକୁ ନେଇ କ୍ଲଷ୍ଟର ହୋଇପାରିନାହିଁ। ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଖଜାକୁ କ୍ଷୁଦ୍ରଶିଳ୍ପ ଘୋଷଣା କରାଯାଇଥିଲେ ସୁଦ୍ଧା ରୁଗ୍ଣ ଅବସ୍ଥାରେ ରହିଛି ଏହି ଖଜା ଶିଳ୍ପ । ଖଜା ଉଦ୍ୟୋଗୀମାନଙ୍କୁ ନେଇ ଏକ ଶିଳ୍ପପୁଂଜ ଗଠନ କରିବା ପରେ ପଂଜୀକୃତ କରାଯିବ ଓ ତା ପରେ ଖଜା ଶିଳ୍ପ ପାଇଁ ମିଳିବ ସରକାରୀ ସହାୟତା । ଏଥିରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବୀମା ସୁବିଧା, ରପ୍ତାନୀ ଯୋଗ୍ୟ ଖଜା ଉଦ୍ୟୋଗ ଗଠନ ପାଇଁ ପ୍ରୋତ୍ସାହନ ତଥା ବୈଷୟିକ ପରାମର୍ଶ ଉପରେ ପୂର୍ବରୁ ମଧ୍ୟ ଆଲୋଚନା ହୋଇଥିଲା । ପୁରୀ ଖଜାର ପ୍ରସ୍ତୁତି ପ୍ରଣାଳୀ ସ୍ୱତନ୍ତ୍ର ଥିବା ଯୋଗୁଁ ଭୌଗଳିକ ସୁଚକାଙ୍କ ଅଧୀନରେ ପଂଜୀକୃତ କରିବା ଲାଗି ଆବେଦନ କରାଯିବ ବୋଲି ହୋଇଥିଲା ନିଷ୍ପତ୍ତି। ହେଲେ ଏଯାବତ ପୁରୀ ଖଜାକୁ ପଛରେ ପକେଇ ବିହାରର ଫେଣିକୁ ଜିଆଇ ମାନ୍ୟତା ମିଳିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବ୍ୟବସାୟୀ ଓ ବୁଦ୍ଧିଜୀବୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଭୋଗ ହେଉଥିବା ଖଜାକୁ ତୁରନ୍ତ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ନେଇ ଦାବି କରିଛନ୍ତି ସେବାୟତ ଓ ଗବେଷକ।  ତେବେ ଖଜାକୁ ନେଇ କିଛିଦିନ ତଳେ ବିହାରକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଥିବା ବେଳେ ଏହା ବଦଳରେ ଶ୍ରୀମନ୍ଦିର ଖଜାକୁ ପ୍ରାଚୀନ ଖଜା ଭାବେ ଏହି ମାନ୍ୟତା ମିଳିବା ଉଚିତ୍ ବୋଲି ଦାବି କରିଛନ୍ତି ବୁଦ୍ଧିଜିବୀ। ତେବେ ଏନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ଶମର୍ଥ ବର୍ମା।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add

ଯୁବ

google-add
google-add