Thursday, December 05, 2024

Logo
Loading...
google-add

ବିଧାୟିକାଙ୍କ ଭାଇକୁ ଘଣ୍ଟ ଘୋଡ଼ାଉଛି ପୁଲିସ

| 17:33 PM, Mon Nov 06, 2023

ଓଡ଼ିଶା 365(ବ୍ୟୁରୋ): ଭୁବନେଶ୍ୱରରେ ରେଞ୍ଜ ରୋଭ ଗାଡି ଦୁର୍ଘଟଣାରେ ୩ ଦିନର ସଂଘର୍ଷ ପରେ ଯାଜପୁର ବରି ଅଞ୍ଚଳର ଲୋପାମୁଦ୍ରା ପ୍ରାଣ ହରାଇଛନ୍ତି।ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ଗୁରୁତର ଅବସ୍ଥାରେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି। ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭ ଗାଡିର ନଂ ଓଲଟପାଲଟକୁ ନେଇ ସନ୍ଦେହ ଘେରକୁ ଆସିଛି ପୁଲିସ୍ ଭୂମିକା। ଦୁର୍ଘଟଣା ଘଟାଇଥିବା ଓଡ଼ି-୨୩-କେ-000୬ ନମ୍ବର ଥିବା ରେଞ୍ଜ ରୋଭର ଗାଡ଼ିଟି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ କମ୍ପାନୀର ଗାଡ଼ି ବୋଲି ଜଣାପଡିଛି। ବଡବଡୁଆଙ୍କ ଚାପରେ ପୋଲିସର ନଂ ଅଦଳବଦଳ ଖେଳ ଖେଳିଥିବା ଚର୍ଚ୍ଚା ବି ହେଉଛି। ଏପଟେ ରାଜଧାନୀ ପାୱାର ହାଉସ ଛକ ଦୁର୍ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ବିଶାଳ ଶୋଭାଯାତ୍ରା କରିବା ସହ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ ।

ଦୁର୍ଘଟଣା ଦିନ ଗାଡି ଭିତରେ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ଥିବାର ପ୍ରମାଣ ରହିଛି ବୋଲି ଛାତ୍ର କଂଗ୍ରେସ କହିଛି । କିନ୍ତୁ ପୋଲିସ କାହିଁକି ତଦନ୍ତ କରୁନି ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରିଛି । ଏପରି ସ୍ଥିତିରେ ପୋଲିସ ସିସିଟିଭି ଫୁଟେଜ ଜାରି କରୁ ବୋଲି ଦାବି ମଧ୍ୟ ହୋଇଛି । ସେପଟେ ଏହି ଦୁର୍ଘଟଣା ମାମଲା ଏନଏଚଆରଏମରେ ପହିଞ୍ଚିଛି।ଏହି ମାମଲାରେ ଗୃହ ସଚିବ, ଡିଜିପି, ପୁଲିସ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଲୋପାମୁଦ୍ରାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପାଇଁ ବିଜେପି ଦାବି କରିଛି ଆଉ ସେହି ୫୦ ଲକ୍ଷ ଟଙ୍କା ଆର୍ମର୍‌ରେ ଭେଞ୍ଚରର୍ସ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ ବିଶାଳ ଦାସଙ୍କ ପାଖରୁ ରାଜ୍ୟ ସରକାର ଆଦାୟ କରନ୍ତୁ ବୋଲି ବିଜେପି କହିଛି। କେବଳ ଡ୍ରାଇଭରଙ୍କୁ ଫସେଇ ଦେଲେ ହେବନି, ସିସିଟିଭି ଫୁଟେଜ ଆଧାରରେ ଫୌଜଦାରୀ ମାମଲା ରୁଜୁ କରି ତୁରନ୍ତ ଏହି ଦୁଇ ଜଣଙ୍କୁ ପୁଲିସ ଗିରଫ କରୁ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଦାବି କରିଛନ୍ତି।ତେବେ ଏନେଇ ରାଜ୍ୟ ସରକାର କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଯଦି ସାଧାରଣ ଲୋକଟେ ଏଭଳି ଦୁର୍ଘଟଣା ଘଟାଇଥାନ୍ତା ସେ ବର୍ତ୍ତମାନ ଜେଲର ଚାରି କାନ୍ଥ ଭିତରେ ଥାନ୍ତା। କିନ୍ତୁ ବଡ଼ ନେତାଙ୍କ ପୁଅ ପ୍ରତି କେବେ ଆକ୍ସନ୍ ନେବ ପୁଲିସ୍ ତା ଉପରେ ସମସ୍ତଙ୍କ ନଜର।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add
google-add
google-add