Tuesday, July 23, 2024

Logo
Loading...
google-add

ରାକ୍ଷସ ଦାଦାକୁ ଧରିଲା ପୁଲିସ

| 11:21 AM, Thu Nov 09, 2023

ଓଡ଼ିଶା 365 (ବ୍ୟୁରୋ) : ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଧରାପଡ଼ିଲା ସଇତାନ ଦାଦା । ହଁ ଆଜ୍ଞା ଦୀର୍ଘ ୪୮ ଘଣ୍ଟାପରେ ରାହାମା ସ୍ଥିତ ଷ୍ଟେସରୁ ଧରାପଡ଼ିଛି ଏହି ମଣିଷରୂପୀ ରାକ୍ଷସ । ହତ୍ୟାକାରୀ ଦାଦା ଘନିଆ ଦାସକୁ ଗିରଫ କରିଛି ପୋଲିସ । ହତ୍ୟା କରିବା ପରେ ଜଗତସିଂହପୁର ବାଲିକୁଦା ସ୍ଥିତ ଶ୍ୱଶୁର ଘର ଓ ପରେ ବୋରିକିନା ଯାଇଥିଲା ଅଭିଯୁକ୍ତ । ସେଠାରୁ ରାହାମା ଷ୍ଟେସନ ଯାଇ ଚେନ୍ନାଇ ଯିବା ପାଇଁ ଟିକେଟ କାଟୁଥିଲା । ଠିକ୍ ଏହି ସମୟରେ ଘନିଆର ଜଣେ ସମ୍ପର୍କୀୟଙ୍କ ଜରିଆରେ ଅଭିଯୁକ୍ତ ପାଖରେ ପହଞ୍ଚି ଗିରଫ କରିଥିଲା । କାମକୁ ଭାଇଭାଉଜ ଜାଇଥିବା ବେଳେ ଝିଆରିକୁ ନିଜ ଝିଅପରି ରଖିବା ଦାଦା ଯିଏ ପ୍ରଥମେ ଦୁଷ୍କର୍ମ ଏବଂ ପରେ ଗଳାକାଟି ହତ୍ୟା କରି ଫେରାର ହୋଇଥିବା ଦାଦାର ଖେଳ ହୋଇଛି ଶେଷ । ଏହି ଘଟଣାରେ ୧୫ ଦିନ ମଧ୍ୟରେ ଚାର୍ଜସିଟ୍ ପ୍ରଦାନ ଓ ୩ ମାସ ମଧ୍ୟରେ ଦୋଷୀକୁ ଦଣ୍ଡ ବିଧାନ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ପୋଲିସ ।

ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ କରିବାସହ ସ୍ଥାନୀୟ ଲୋକଙ୍କ ବୟାନ ନେଇଛି ପୁଲିସ । ଫରେନସିକ ଟିମ୍ ପକ୍ଷରୁ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ ଓ ସାମ୍ପୁଲ କଲେକସନ ମଧ୍ୟ କରାଯାଇଛି । ସୂଚନା ଅନୁସାରେ ପୂର୍ବରୁ ହତ୍ୟାକାରି ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ରହିଥିଲା ।ତେବେ ସେଠାରୁ ଫେରିବାର ମାତ୍ର କେଛିଦିନରେ ହିଁ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା ଅଭିଯୁକ୍ତ । ଅଭିରାମ ବସ୍ତିର କେଳା ସାହିରେ ଘଟିଥିଲା ହତ୍ୟାକାଣ୍ଡ । କୁନି ଝିଅକୁ ଚକୋଲେଟ୍ ଦେବାକୁ କହି ଦୁଷ୍କର୍ମ କରିଥିଲା ଯୌନ ପିପାଶୁ । କାହାକୁ କହିଦେବା ଭୟରେ ଦୁଷ୍କର୍ମ ପରେ କାଟିଥିଲା ତଣ୍ଟି । ଏନେଇ ପୁଲିସ ଆଗରେ ସବୁ ସତ ଉଗାଳିଛି ହତ୍ୟାକାରୀ ।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add
google-add
google-add