Sunday, January 19, 2025

Logo
Loading...
google-add

ଏବେ ବି ବଞ୍ଚିଛି ମଣିଷପଣିଆ; ନିଜ ହାତରେ ମୃତ କୁକୁରକୁ ରାସ୍ତାରୁ ଉଠାଇଲେ ଯୁବତୀ

| 13:08 PM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର କିଟ୍ ଅଞ୍ଚଳରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ। ରାସ୍ତାରେ ମରିପଡ଼ିଥିବା କୁକୁରକୁ ନିଜ ହାତରେ ରାସ୍ତାରୁ ହଟାଇଛନ୍ତି ଜଣେ ଯୁବତୀ। ଗାଡି ଧକ୍କାରେ ରାସ୍ତାରେ କୁକୁରଟି ମରି ପଡ଼ିଥିଲା। ରାସ୍ତାରେ ଅନେକ ଗାଡ଼ି ଗଡ଼ୁଥିଲା ବେଳେ ବହୁ ଲୋକ ମଧ୍ୟ ଯିବା ଆସିବା କରୁଥିଲେ। କିନ୍ତୁ ମୃତ କୁକୁର ପ୍ରତି କାହାର ହେଲେ ମଧ୍ୟ ନଜର ନଥିଲା। ସମସ୍ତେ ବ୍ୟସ୍ତ ନିଜ ନିଜ କର୍ମ ପଥରେ । ତେବେ ଏହି ସମୟରେ ମର୍ଣ୍ଣିଂ କରୁଥିବା କିଛି ଯୁବାବର୍ଗଙ୍କ ନଜର ପଡ଼ିଥିଲା ମୃତ କୁକୁରଟି ଉପରେ। ଜଣେ ରାସ୍ତାରେ ଗାଡ଼ି ଅଟକାଇବା ବେଳେ ଜଣେ ଯୁବତୀ ନିଜ ହାତରେ ମୃତ କୁକୁରଟିକୁ ରାସ୍ତାରୁ ଉଠାଇ ଅନ୍ୟଆଡ଼େ ପକାଇବା ପାଇଁ ନେଇ ଯାଇଥିଲେ।

  • Trending Tag

  • No Trending Add This News
google-add
google-add
google-add

ଯୋଜନା

ଆପଣଙ୍କ ପସନ୍ଦର

google-add
google-add
google-add