Sunday, January 19, 2025

Logo
Loading...
google-add

ଆଗୁଆ ନିର୍ବାଚନ ପାଇଁ କସରତ ଆରମ୍ଭ, ସେପ୍ଟେମ୍ବର ୨୦ ସୁଦ୍ଧା ଭାଙ୍ଗିବ ବିଧାନସଭା !

Rasmi Ranjan Rout | 10:53 AM, Tue Aug 22, 2023

ଓଡ଼ିଶା 365 (ବ୍ୟୁରୋ): ଆସନ୍ତା ୧୦ରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ ।  ୧୦ ଦିନିଆ ସଂକ୍ଷିପ୍ତ ଅଧିବେଶନ ପରେ ୨୦ ତାରିଖ ସୁଦ୍ଧା ଧାର୍ଯ୍ୟ ସମୟ ପୂର୍ବରୁ ଷୋଡ଼ଶ ବିଧାନସଭା ଭଙ୍ଗ କରିବାକୁ ପ୍ରସ୍ତାବ ଦେଇପାରନ୍ତି ସରକାର ।କୁଆଡ଼େ  ଓଡ଼ିଶାରେ ଆଗୁଆ ନିର୍ବାଚନ ପାଇଁ କସରତ ଆରମ୍ଭ ହୋଇଯାଇଥିବାରୁ ଏଭଳି ଯୋଜନା ପ୍ରସ୍ତୁତ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସୂତ୍ର ମୁତାବକ, ଆସନ୍ତା ଦୁଇ ତିନି ଦିନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡାନ୍ତ ନିଷ୍ପତ୍ତି ନେଇପାରନ୍ତି। ଏପରି ଯୋଜନା ପଛରେ ଉଦ୍ଦେଶ୍ୟ ହେଉଛି ଡିସେମ୍ବରରେ ହେବାକୁ ଥିବା ୫ ରାଜ୍ୟ ନିର୍ବାଚନ ସହ ଓଡ଼ିଶା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ସେହିପରି ଲୋକସଭା ନିର୍ବାଚନର ୪ ମାସ ପୂର୍ବରୁ ଓଡ଼ିଶା ବିଧାସନଭା ଭୋଟ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । ଷୋଡଶ ବିଧାନସଭାର କାର୍ଯ୍ୟକାଳ ମେ ୩୦ ତାରିଖରେ ଶେଷ ହେବ । ତାର ପ୍ରାୟ ୮ ମାସ ପୂର୍ବରୁ ବିଧାନସଭା ଭଙ୍ଗ କରିବାକୁ ସୁପାରିସ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।  ।

  • Trending Tag

  • No Trending Add This News
google-add
google-add
google-add

politics middle news