ମୋକିମ୍ ଗଣିବେ ୧୦ ହଜାର ତଣ୍ଡ
ଓଡ଼ିଶା 365 (ବ୍ୟୁରୋ) : ଅଡ଼ୁଆରେ ବିଧାୟକ ମହମ୍ମଦ ମୋକିମ୍ । ହଁ ଆଜ୍ଞା ୧୦ ହଜାର ଟଙ୍କାର ତଣ୍ଡ ଦେବେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ମୋକିମ୍ ୨୦୧୯ ନିର୍ବାଚନରେ ଅନିୟମିତତା କରିଥିବା ନେଇ ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ବିଜେଡି ନେତା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ସେହି କ୍ରମରେ ମହମ୍ମଦ ମୋକିମଙ୍କ ପକ୍ଷରୁ ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନା କରିବା ପାଇଁ ଧାର୍ଯ୍ୟ ହୋଇଥିଲା ।
ସ୍ୱାସ୍ଥ୍ୟଗତ ସମସ୍ୟାରୁ ୧୫ଦିନ ସମୟ ମାଗିବାରୁ କୋର୍ଟ ମୋକିମଙ୍କ ଉପରେ ଏହି ଫାଇନ ଲଗାଇଛନ୍ତି । କୋର୍ଟ ତାଙ୍କୁ ୭ଦିନ ସମୟ ଦେବା ସହ ଆସନ୍ତା ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ମଧ୍ୟ ମହମ୍ମଦ ମୋକିମକୁ ଦୁଇ ଦୁଇଥର ଅର୍ଥ ଦଣ୍ଡ କରିସାରିଛନ୍ତି ହାଇକୋର୍ଟ ।
Trending Tag
ଲୋକସଭା ଏଥିକ୍ସ କମିଟି ସାମ୍ନାରେ ଅଧାରୁ ଉଠି ଚାଲିଗଲେ ମହୁଆ ମୈତ୍ରୀ: ଜାଣନ୍ତୁ କାହିଁକି?
ବିଜେପିର ସାଂଘାତିକ ଅଭିଯୋଗ- ସଂସଦରେ ପ୍ରଶ୍ନ ପଚାରିବାକୁ ମହୁଆ ମୋଇତ୍ରା ନେଉଛନ୍ତି ଲାଞ୍ଚ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
‘କଂଗ୍ରେସକୁ ସମାପ୍ତ କରିଦିଅ, ସମସ୍ୟା ଆପେ ଆପେ ସମାପ୍ତ ହୋଇଯିବ’: ମଧ୍ୟପ୍ରଦେଶରେ କଂଗ୍ରେସ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ
ଆଗୁଆ ନିର୍ବାଚନ ପାଇଁ କସରତ ଆରମ୍ଭ, ସେପ୍ଟେମ୍ବର ୨୦ ସୁଦ୍ଧା ଭାଙ୍ଗିବ ବିଧାନସଭା !