Sunday, January 19, 2025

Logo
Loading...
google-add

ରାଜନୈତିକ ସୁବିଧା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହନ ଅନୁଚିତ:ଜୟଶଙ୍କର

| 17:38 PM, Wed Sep 27, 2023

ଓଡ଼ିଶା 365 (ବ୍ୟୁରୋ): ଆଉ ଚାଲିପାରିବନି ପାଶ୍ଚାତ ବିଦେଶୀ ଦେଶ କାନାଡ଼ାର ଲୁକ୍କାୟିତ ଏଜେଣ୍ଡା। ଭାରତ ଦେଇଛି ମୁହଁତୋଡ ଜବାବ। ଏଜେଣ୍ଡାଧାରୀ ରାଷ୍ଟ୍ରଙ୍କୁ ଜାତିସଂଘ ମହାସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରର ଏଜେଣ୍ଡାରେ ଆଉ ବିଶ୍ୱରେ ଚାଲିବ ନାହିଁ । ରାଜନୈତିକ ସୁବିଧା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଠିକ୍ ନୁହେଁ ,ଏହାକୁ ତୁରନ୍ତ ବନ୍ଦ କରାଯାଉ। ଭାରତରେ ଜି-୨୦ ସମ୍ମିଳନୀ ପରେ ଏହା ସ୍ପଷ୍ଟ ହୋଇଯାଇଛି, କୂଟନୀତି ଓ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାଟ ବାହାରିପାରିବ, ପୂର୍ବରୁ କିଛି ରାଷ୍ଟ୍ର କେବଳ ସେମାନଙ୍କୁ ସୁହାଇଲା ଭଳି ଏଜେଣ୍ଡା ପ୍ରସ୍ତୁତ କରୁଥିଲେ । କିନ୍ତୁ ଅନ୍ୟ ସବୁ ରାଷ୍ଟ୍ର କିପରି ସେହି ଏଜେଣ୍ଡାରେ ଚାଲିବେ ସେହି ଲକ୍ଷ୍ୟରେ କାମ କରିବା ଉଚିତ୍। ଭାରତ ଏବେ ଗୋଷ୍ଠୀ ନିରପେକ୍ଷ ଯୁଗରୁ ବାହାରି ବିଶ୍ୱମିତ୍ର ଭାବେ ଶ୍ରେଷ୍ଠତା ପ୍ରଦର୍ଶନ କରି ଆଗକୁ ବଢୁଛି ଓ ବିକଶିତ ମଧ୍ୟ ହେଉଛୁ ବୋଲି ଜୟଶଙ୍କର କହିଛନ୍ତି ।

କାନାଡାରେ ଖଲିସ୍ତାନୀ ନିଆଁ ଭାରତ-କାନାଡା ମଧ୍ୟରେ ତିକ୍ତତା ବଢାଇଛି। ଧର୍ମକୁ ଆଖିଠାର ମାରିଲା ଭଳି କାନାଡା ଗୋଟେ ପଟେ ଆତଙ୍କବାଦ ଲୋକଦେଖାଣି ବିରୋଧ କରୁଛି, ଅନ୍ୟପଟେ ଜାତିସଙ୍ଘ ତାଲିକାରେ ସ୍ଥାନ ପାଇଥିବା ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ହତ୍ୟା ଘଟଣାରେ ଭାରତକୁ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୁ ଦାୟୀ କରିବା ପରେ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଆତଙ୍କବାଦୀ ହରଦୀପ ସିଂଙ୍କୁ କାନାଡ଼ା ସମାଜସେବୀ ଓ ନାଗରିକ କହିବାକୁ ପଛାଉନାହିଁ। ଭାରତ ସାରା ବିଶ୍ୱରେ ଆତଙ୍କବାଦୀର ଦମନ କରୁଥିବାବେଳେ କାନାଡା ନିଜର ଭୋଟ ବ୍ୟାଙ୍କ ବଞ୍ଚାଇବା ଲାଗି ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ପୋଷୁଛି। ଅପେକ୍ଷା ଭାରତର ଚେତାବନୀ ପରେ କେବେ ସୁଧୁରୁଛି କାନାଡା ।

  • Trending Tag

  • No Trending Add This News
google-add
google-add
google-add

indian politics