Tuesday, July 23, 2024

Logo
Loading...
google-add

ଟଙ୍କା ନେଇ ମହୁଆ ପଚାରୁଥିଲେ ସଂସଦରେ ବିବାଦୀୟ ପ୍ରଶ୍ନ

| 16:11 PM, Thu Nov 02, 2023

ଓଡ଼ିଶା 365(ବ୍ୟୁରୋ):ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରକୁ ଟାର୍ଗେଟ କରୁଥିଲେ ମହୁଆ । ସଂସଦଠାରୁ ଆରମ୍ଭ କରି ପ୍ରେସମିଟ୍ କରି ପ୍ରଶ୍ନ କରୁଥିଲେ ବାରମ୍ବାର । ତାଙ୍କର ଅନେକ ପ୍ରଶ୍ନ ଭିତରୁ ଆଦାନୀ ଗ୍ରୁପ ଉପରେ ଅଧିକ ପ୍ରଶ୍ନ କେନ୍ଦ୍ରିତ ଥିଲା । ଆଦାନିଙ୍କ ସହ ମୋଦି ସରକାରଙ୍କୁ ବଦନାମ କରିବା ପାଇଁ ଏବଂ କଂଗ୍ରେସକୁ ଫାଇଦା ପହଞ୍ଚାଇବା ପାଇଁ ଟିଏମସି ସାଂସଦ ମହୁଆ ମୋଇତ୍ର ଏପରି କରୁଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼ କଥା ହେଲା ସଂସଦରେ ପ୍ରଶ୍ନ ପଚାରିବା ପାଇଁ ସେ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଆଇନଜୀବୀ ଜୟ ଅନନ୍ତ ଦେହାଦରାଇ ତାଙ୍କୁ ଟଙ୍କା ଦେଇଥିବା କହିଥିଲେ । ଅଭିଯୋଗକାରୀଙ୍କ ଲିଖିତ ଅଭିଯୋଗ ପରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଆଜି ଲୋକସଭା ଏଥିକ୍ସ କମିଟି ନିକଟରେ ହାଜର ହୋଇଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର । ଯଦିଓ ଏହି ପ୍ରସଙ୍ଗରେ ମମତା ବାନାର୍ଜୀ କିଛି ଉତ୍ତର ରଖିନାହାଁନ୍ତି । ତେବେ ବିବାଦରେ ଟିମସି ଦଳ ବଦନାମ ହେଉଛି । ତିନିଟି ମନ୍ତ୍ରାଳୟର ସୂଚନା ଆଧାରରେ ତାଙ୍କୁ ପ୍ରଶ୍ନ କରାଯାଇଥିବା କୁହାଯାଉଛି । ସମୟର ବାହାନା ଦେଖାଇଥିଲେ ମଧ୍ୟ ତାହାକୁ ଅଗ୍ରାହ୍ୟ କରିବାରୁ ଆଜି ସେ ହାଜର ହୋଇଛନ୍ତି । ତାଙ୍କ ଇମେଲ ଆଇଡି ସେ ଅଭିଯୋଗକାରୀକୁ ଦେଇଥିବାକୁ ନେଇ ଏହି ବିଷୟରେ ଅନେକ ପ୍ରଶ୍ନ ପଚରାଯାଇଛି । ଦୁବାଇରୁ ୪୭ ଥର ମହୁଆଙ୍କ ଆଇଡିରେ ଲଗ୍ ଅନ୍ କରାଯାଇଥିବା ସୂଚନା ମିଳିଛି । ଯେତିକି ଥର ଲଗଅନ୍ ହୋଇଛି ସେତିକି ଥର ସଂସଦରେ ପ୍ରଶ୍ନ ପଚରା ଯାଇଛି । ଯାହାକୁ ନେଇ ସେ ବିବାଦରେ ଫସିଛନ୍ତି । ଏହାକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆଙ୍କୁ ଟାର୍ଗେଟ କରିଛନ୍ତି । ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ସାଂସଦ ମହୁଆ ଲାଞ୍ଚ ନେଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଆଇନଜୀବୀ ଜୟ ଅନନ୍ତ ଦେହାଦରାଇ ଦେଇଥିବା ଲିଖିତ ପ୍ରମାଣକୁ ଭିତ୍ତି କରି ନିଶିକାନ୍ତ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। ଲୋକସଭା ବାଚସ୍ପତି ଏହି ମାମଲାକୁ ସ୍ୱାଧିକାର କମିଟିକୁ ହସ୍ତାନ୍ତର କରିଥିଲେ। ମହୁଆଙ୍କ ପ୍ରଶ୍ନକୁ ନେଇ ଚାଲିଛି ଖୋଳତାଡ । ମହୁଆ ସଂସଦରେ ପଚାରିଥିବା ୬୧ଟି ପ୍ରଶ୍ନ ଭିତରୁ ୫୦ଟି ପ୍ରଶ୍ନ ଅଦାନୀ ଗ୍ରୁପ ଉପରେ କେନ୍ଦ୍ରିତ ଥିବା କୁହାଯାଉଛି । ସେ ଲାଞ୍ଚ ନେଇ ପ୍ରଶ୍ନ ପଚାରିଥିବା ଅଭିଯୋଗର ଉତ୍ତର ରଖିବେ ମହୁଆ । ଅନ୍ୟପଟେ ମହୁଆ କହିଛନ୍ତି ବିଜେପି ତାଙ୍କୁ ଏହି ମାମଲାରେ ଫସାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଆଗାମୀ ଦିନରେ ତାଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡିପାରେ ଏହାକୁନେଇ ଚର୍ଚ୍ଚା ଜୋର ଧରିଛି।

  • Trending Tag

  • No Trending Add This News
google-add
google-add
google-add

indian politics