ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ମଧ୍ୟପ୍ରଦେଶ ନିର୍ବାଚନ: କଂଗ୍ରେସକୁ ଘାରିଛି ଟିକେଟ୍ ବଣ୍ଟା ଟେନସନ
ଓଡ଼ିଶା 365 (ବ୍ୟୁରୋ): ମୁଣ୍ଡ ଉପରେ ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏହାରି ଭିତରେ ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ଚର୍ଚ୍ଚା ଏବଂ ରାଜନୀତି ଅଧିକ ଦେଖିବାକୁ ମିଳୁଛି । କାରଣ ମଧ୍ୟପ୍ରଦେଶରେ କଂଗ୍ରେସକୁ ଘାରିଛି ଟିକେଟ୍ ଟେନସନ । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଟିକେଟ୍ ଘୋଷଣା କରିବା ପରେ ଦଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅନେକ ଆସନରେ ସମର୍ଥକ ବିକ୍ଷୋଭ କରୁଛନ୍ତି । ଅନେକ ଆସନରେ ଦଳ ଭିତରେ ଯୁଦ୍ଧ ଆରମ୍ଭ ହୋଇଛି । ବିରୋଧ ପରେ ମଧ୍ୟପ୍ରଦେଶରେ କଂଗ୍ରେସ ୩ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବେଳେ ଏବେ ଆଉ ୪ ଆସନରେ ଚେହେରା ବଦଳାଇଛି ।
ଅକ୍ଟୋବର ୨୫ରେ କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶରେ ତୃତୀୟ ପର୍ୟ୍ୟାୟ ପ୍ରାର୍ଥୀ ଘୋଷଣା କରାଯାଇଛି । ସୁମାବଳି, ପପିରିୟା, ବଡ଼ନଗର ଓ ଜାବରା ଆସନରେ ଦଳ ପୂର୍ବରୁ ଦେଇଥିବା ଟିକେଟ୍ କାଟି ଦେଇଛି । ସୁମାବଳିରେ କଂଗ୍ରେସ କୁଲଦୀପ ସିକରବାରଙ୍କ ବଦଳରେ ଅଜବ ସିଂହ କୁଶବାହାଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ପପିରିୟାରେ ଗୁରୁଚରଣଙ୍କ ସ୍ଥାନରେ ବୀରେନ୍ଦ୍ର, ବଡ଼ନଗରରେ ରାଜେନ୍ଦ୍ର ସିଂଙ୍କ ପରିବର୍ତ୍ତେ ମୁରଲୀ ଓ ଜାବରାରେ ଦଳ ହିମ୍ମତ ଶ୍ରୀମାଲଙ୍କ ସ୍ଥାନରେ ବୀରେନ୍ଦ୍ର ସିଂହଙ୍କୁ ଟିକେଟ୍ ଦେଇଛି ।
ଏହା ପୂର୍ବରୁ ଅକ୍ଟୋବର ୧୯ରେ ଦଳ ୩ ପ୍ରାର୍ଥୀଙ୍କ ଟିକେଟ୍ କାଟିଥିଲା । ଦ୍ୱିତୀୟ ପର୍ୟ୍ୟାୟରେ କଂଗ୍ରେସ କମଲନାଥ ସରକାରରେ ବିଧାନସଭା ବାଚସ୍ପତି ରହିଥିବା ନର୍ମଦା ପ୍ରସାଦ ପ୍ରଜାପତିଙ୍କୁ ଗୋଟେଗାଓଁଙ୍କୁ ପ୍ରାର୍ଥୀ କରିଥିଲା । ଟିକେଟକୁ ନେଇ କଂଗ୍ରେସ ସେଠାରେ ବେଶ୍ ଦ୍ୱନ୍ଦରେ ଅଛି । ସବୁଠୁ ବଡ଼ କଥା ହେଉଛି ବିବାଦୀୟ ନେତା । ସେମାନଙ୍କୁ କେଉଁଠି ଥଇଥାନ୍ କରିବ ତାକୁ ନେଇ ଦଳର ଟେନସନ ବଢୁଛି ।
Trending Tag