Thursday, December 05, 2024

Logo
Loading...
google-add

ନେତା ଫେଲ୍, ଗଡ଼ ବଞ୍ଚାଇବାକୁ ମଇଦାନରେ ନବୀନ

| 16:06 PM, Tue Oct 03, 2023

ଓଡ଼ିଆ 365 (ବ୍ୟୁରୋ) : ଫେଲ୍ ମାରିଲେ ନେତା ,ମଇଦାନକୁ ଓହ୍ଲାଇଲେ ନବୀନ। ଆଗକୁ ଅଛି ୨୪ ନିର୍ବାଚନ। ନିର୍ବାଚନର ସମୟ ଯେତେ ପାଖେଇ ଆସୁଛି ବିଜେଡି ଛାତିରେ ଛନକା ପସୁଛି। ଦଳକୁ ଘାରିଛି ସ୍ୱଚ୍ଛତା ଚିନ୍ତା। ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଚିବ ଲୋକଙ୍କ ସମସ୍ୟା ବୁଝିବା। ନେତାଙ୍କ ବଦଳରେ ହେଲିକପ୍ଟରରେ ସଚିବ ସାରା ଓଡ଼ିଶା ବୁଲିବା,ତାର ଖର୍ଚ୍ଚକୁ ନେଇ ବିଜେପି-କଂଗ୍ରେସ ବିଜେଡିକୁ ଟାର୍ଗେଟ କରିବା ପରେ ଏନେଇ ଅନେକ ସାଧାରଣ ଜନତା ମଧ୍ୟ ବିଜେଡିକୁ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । ଏଘଟଣା ବିଜେଡିକୁ ଯେତିକି ବଦନାମ କରୁଛି ତା ଠାରୁ ଅଧିକ ବଦନାମ ଦଳକୁ କରୁଛନ୍ତି ଦାଗି ନେତା,ଧିରେ ଧିରେ ମଧ୍ୟ ଦଳର ଭାବମୂର୍ତ୍ତି ନଷ୍ଟ ହେବା ସହ ନବୀନଙ୍କ ଲୋକପ୍ରିୟତା ମଧ୍ୟ କମୁଛି ।

ସଚିବଙ୍କ ଗସ୍ତ ଶେଷ ସହ ବହୁ ବାଦବିବାଦ ପରେ ବିଜେଡିର ଭାବମୂର୍ତ୍ତି ସଜାଡିବା ସହ ୨୪ପୂର୍ବରୁ ଭୋଟରଙ୍କ ଆସ୍ଥାଜିତିବା, ମଳିନ ଛବିକୁ ସ୍ୱଚ୍ଛ କରି ଗଡ ବଞ୍ଚାଇବାକୁ ଅସୁସ୍ଥତା ସର୍ତ୍ତେ ମଇଦାନକୁ ଓହ୍ଲାଇଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗାନ୍ଧି ଜୟନ୍ତୀରୁ ଭୁବନେଶ୍ୱରରୁ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି, ବିଜେଡ଼ି ଓଡ଼ିଶାର ବିକାଶ କରିଚାଲିଛି। ବିଜୁ ଜନତା ଦଳ ଗରିବ, ମହିଳା, ଯୁବ, ଏସଏସଟିଙ୍କ ପାଇଁ କାମ କରୁଛି । ମହିଳା ଶସକ୍ତିକରଣ ଦିଗରେ ଆମେ କାମ କରୁଛୁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗେମ୍ ଚେଞ୍ଜର ହୋଇଛି । ସ୍କୁଲ ରୁପାନ୍ତରଣ, ଖାଦ୍ୟ ସୁରକ୍ଷା, କ୍ରୀଡା କ୍ଷେତ୍ରରେ ଓଡିଶା ଉଦାହରଣ ସାଜିଛି । କିନ୍ତୁ ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି ।

ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନ ବିରୋଧୀ, ଲୋକଙ୍କୁ ଭୁଲ ଖବର ଦେଇ ଭ୍ରମିତ କରନ୍ତି, ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । ସେଥିପାଇଁ ଜନତା ସେମାନଙ୍କୁ ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ଲୋକେ ତାଙ୍କୁ କ୍ଷମତା ଦେବେନି କହିବା ସହ ନବୀନ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି। କର୍ମୀଙ୍କୁ ଓଡ଼ିଶା ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି। ସେପଟେ ବିରୋଧି କିନ୍ତୁ ଏଘଟଣାରେ ମୁହଁଖୋଳିନାହାନ୍ତି । କେବଳ ଅପେକ୍ଷା ୨୪ରେ ବିଜେଡି ଭୋଟରଙ୍କ ଆସ୍ଥା ବଜାୟ ରଖୁଛି ନା ଦଳ ଉପରେ ଭାରି ପଡୁଛନ୍ତି ବିଜେପି କଂଗ୍ରେସ ନେତା ।

  • Trending Tag

  • No Trending Add This News
google-add
google-add
google-add

indian politics