ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଦିଲ୍ଲୀ ପ୍ରଦୂଷଣ ପାଇଁ କେଜ୍ରିୱାଲ ଦାୟୀ
ଓଡ଼ିଶା 365 (ବ୍ୟୁରୋ): କେଜ୍ରିୱାଲ ନିର୍ବାଚନ ପ୍ରଚାରରେ ବ୍ୟସ୍ତ। ଭୋଟ ପାଇଁ ଚିନ୍ତା ଯେତେ ଦିଲ୍ଲୀବାସୀଙ୍କ ପାଇଁ ନାହିଁ । ନିର୍ବାଚନ ପୂର୍ବରୁ ଦିଲ୍ଲୀର ପ୍ରଦୂଷଣକୁ କମ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଛନ୍ତି କେଜ୍ରିୱାଲ । ଦେଶର ରାଜଧାନୀ ଦିଲ୍ଲୀ ଏବେ ଗ୍ୟାସ ଚାମ୍ବରରେ ପରିଣତ ହୋଇଛି। ଏପରିକି ଯୁଦ୍ଧ ଲାଗିଥିବା ଗାଜା, ୟୁକ୍ରେନରେ ହଜାର ହଜାର ବୋମା ପଡୁଥିବା ବେଳେ ସେଠାରେ ସେତେ ପ୍ରଦୂଷଣ ନାହିଁ । ଶୀତଦିନର ବୃଦ୍ଧି ସହିତ ଦିଲ୍ଲୀର ଲୋକଙ୍କ ଉପରେ ପ୍ରଦୂଷଣର ଆକ୍ରମଣ ଏତେ ମାତ୍ରାରେ ବୃଦ୍ଧି ପାଇଛି ନିଶ୍ବାସ ନେବା କଷ୍ଟକର ହେଉଛି । ବାୟୁ ପ୍ରଦୂଷଣ ସ୍ତର 'ବିପଜ୍ଜନକ' ସ୍ତରରେ ପହଞ୍ଚିଛି। ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ରହିଛି। ବାଣିଜ୍ୟିକ ଯାନଗୁଡିକର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଉ କେଜ୍ରିୱାଲ ବିଭିନ୍ନ ରାଜ୍ୟରେ ପ୍ରଚାରରେ ମଜା ନେଉଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବର୍ଷ ବର୍ଷ ଧରି ଦିଲ୍ଲୀବାସୀଙ୍କୁ ଠକି ଚାଲିଛନ୍ତି । ଦିଲ୍ଲୀକୁ ପ୍ରଦୂଷଣରୁ ମୁକ୍ତ କରିବା ତାଙ୍କର ପ୍ରଥମ କାମ ହେବ କହି ଭୋଟ ମାଗିଥିଲେ କେଜ୍ରିୱାଲ । ତେବେ ସେହି କେବଳ ଗୋଟିଏ କାମ ବି କରିପାରିନାହାଁନ୍ତି କେଜ୍ରିୱାଲ । ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ସ୍ଥାୟୀ ସମାଧାନ ବାହାର କରୁନାହାଁନ୍ତି । ଦିଲ୍ଲୀରୁ ପଞ୍ଜାବ ପର୍ୟ୍ୟନ୍ତ ଆମ୍ ଆଦମୀ ପାର୍ଟି ସରକାର ରହିଛି । ଦିନେ କେଜ୍ରିୱାଲ ପ୍ରଦୂଷଣ ପାଇଁ ପଂଜାବକୁ ଦାୟୀ କରୁଥିଲେ । କିନ୍ତୁ ଏବେ ପଂଜାବ ମଧ୍ୟ ତାଙ୍କ ହାତରେ ରହିଥିବା ବେଳେ ସେ କିନ୍ତୁ ବାହାନା ଖୋଜୁଛନ୍ତି । ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ଏବେ ୩୪୬ ରହିଛି। ଦିଲ୍ଲୀର ଲୋଡି ରୋଡ୍, ଜାହାଙ୍ଗୀରପୁରୀ, ଆର.କେ ପୁରାମ ଏବଂ ଆଇଜି ବିମାନବନ୍ଦର ଭଳି ଅଞ୍ଚଳରେ ଅବସ୍ଥା ଖରାପ ରହିଛି। ଏହି ସ୍ଥାନଗୁଡିକରେ ଏକ୍ୟୁଆଇ ଯଥାକ୍ରମେ ୪୩୮, ୪୯୧, ୪୮୬ ଏବଂ ୪୭୩ ରହିଛି । ସେପଟେ ଇସ୍ରାଏଲ ବୋମା ମାଡ଼ କରୁଥିବା ଗାଜାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୮୦ ରହିଛି । ଦିଲ୍ଲୀରେ ପ୍ରଦୂଷଣ ଏତେ ଅଧିକ ଯେ ସେମାନେ ବର୍ତ୍ତମାନ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ।
ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ବର୍ତ୍ତମାନ ଦିଲ୍ଲୀର ଲୋକମାନେ ଶ୍ୱାସରୁଦ୍ଧ ବାୟୁରୁ ଆରାମ ପାଇବେ କାରଣ ପଞ୍ଜାବ ସରକାର ନଡା ଜାଳିବା ଉପରେ ପ୍ରତିବନ୍ଧକ ଲଗାଇବେ, କିନ୍ତୁ ବାସ୍ତବତା ହେଉଛି ଯେ ନଡ଼ା ପୋଡା କାର୍ୟ୍ୟ ଆଶ୍ଚର୍ୟ୍ୟଜନକ ଭାବେ ବୃଦ୍ଧି ପାଇଛି । ଆପ ସରକାର ଖାଲି କାଗଜରେ ବିଭିନ୍ନ ଘୋଷଣା କରିଥିବାରୁ ତାହାର ଫଳ ବାସ୍ତବରେ ମିଳୁନାହିଁ। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପଛରେ ନଡ଼ା ଜାଳିବା ସହ ଯାନରୁ ବାହାରୁଥିବା ଧୂଆଁ, ନିର୍ମାଣ କାର୍ୟ୍ୟ ରହିଛି । ତେବେ କିଛି ବାମପନ୍ଥୀ ଏବଂ କଂଗ୍ରେସ ନେତା ବାଣ ଫୁଟାଇଲେ ପ୍ରଦୂଷଣ ବଢ଼ୁଥିବା କହି ବିଭ୍ରାନ୍ତି କରୁଛନ୍ତି । ଏବେ ଦୀପାବଳି ପାଇଁ ଆଗୁଆ ସେମାନେ ବାଣ ନଫୁଟାଇବା ପାଇଁ ଦାବି କରୁଛନ୍ତି ।
ଦିଲ୍ଲୀର ଆମ୍ ଆଦମୀ ପାର୍ଟିର ମୁଖ୍ୟ କିଛି ନେତା ଜେଲରେ ଥିବା ବେଳେ ଅନ୍ୟ ନେତାମାନେ ନିର୍ବାଚନରେ ଷ୍ଟାର ପ୍ରଚାରକ ହୋଇଥିବାରୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିର୍ବାଚନ ନେଇ ବ୍ୟସ୍ତ ଅଛନ୍ତି । ଜନ କଲ୍ୟାଣ କାର୍ୟ୍ୟରେ ଜଡିତ ଅପେକ୍ଷା କେଜରିଓ୍ବାଲ ପ୍ରଚାର କାର୍ୟ୍ୟରେ ଅଧିକ ସମୟ ଦେଉଛନ୍ତି । ଯେଉଁଥିପାଇଁ ଦିଲ୍ଲୀବାସୀ ଆଜି ଗ୍ୟାସ ଚାମ୍ବରରେ ରହି କଷ୍ଟ ପାଉଛନ୍ତି ।
Trending Tag