Thursday, December 05, 2024

Logo
Loading...
google-add

ମହଙ୍ଗା ପଡ଼ିବ ମାହାଙ୍ଗା: ବିଜେଡିରୁ ବିଦା ହେବେ ପ୍ରତାପ ଜେନା!

| 17:33 PM, Wed Sep 27, 2023

ଓଡ଼ିଶା365(ବ୍ୟୁରୋ): ବଢ଼ିଲା ବାହୁବଳୀ ବିଜେଡି ବିଧାୟକଙ୍କ ଅଡୁଆ। ବାବୁଙ୍କ ପାଇଁ ଏବେ ମହଙ୍ଗା ପଡ଼ିବ ମାହାଙ୍ଗା। ଏଥର ବିଚାର ପ୍ରକ୍ରିୟାର କାଠଗଡ଼ାକୁ ଟଣାହେବେ ବିଧାୟକ ପ୍ରତାପ ଜେନା। କାହିଁକି ଓ କାହା ନିର୍ଦ୍ଦେଶରେ ବିଜେପି ନେତା କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା ? କ’ଣ ଥିଲା ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ? ଏସବୁର ଗୁମର ଖୋଲିବ CDR। ଜେନା ବାବୁଙ୍କ ବିରୋଧରେ ଏଣିକି ଚାଲିବ ଧର୍ତ୍ତବ୍ୟ ଅପରାଧ ମାମଲା । ଦଫା ୩୦୨, ୫୦୬, ୧୨୦ (B) ତଥା ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଏବଂ ଧମକ ଆଦି ସଂଗୀନ ଦଫା ଲଗାଇ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ । ଯେହେତୁ ସେ ବିଧାୟକ ତେଣୁ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ଏହି ଅର୍ଡର ଆସିବା ପରେ ତାତି ଯାଇଛନ୍ତି ପ୍ରତାପଙ୍କ ସମର୍ଥକ। ମାହାଙ୍ଗା କୁଆଁପାଳରେ ନ୍ୟାୟ ପାଇଁ ଲଢେଇ କରୁଥିବା ପରିବାର ଉପରେ କରିଛନ୍ତି ଆକ୍ରମଣ । ନ୍ୟାୟ ପାଇଁ ସଂଘର୍ଷ କରୁଥିବା ସାମାଜିକ ଅନୁଷ୍ଠାନର ସଦସ୍ୟ ଦିଲ୍ଲୀପ ସାହୁ ଓ ଅନ୍ୟଜଣେ ବରିଷ୍ଠ ନାଗରିକ ରାମଚନ୍ଦ୍ର ବେହେରା ଆକ୍ରମଣରେ ଆହତ ହୋଇଛନ୍ତି। ଏହି ଘଟଣା ପରେ ବିଧାନସଭାରେ ପ୍ରତାପ ଜେନାଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଯାହା ସରକାର ଏବଂ ବିଜେଡିକୁ ଅଡୁଆରେ ପକାଇଛି । ଘଟଣା ସମ୍ପର୍କରେ ନିରବ ରହୁଖିବା ପ୍ରତାପ ଏବେ ମୁଁହ ଖୋଲିଛନ୍ତି । ମୋ ବିରୋଧରେ ବିଜେପିର କିଛି ନେତା ଷଡ଼ଯନ୍ତ୍ର କରିଖିବା ଏବଂ ଫସାଇବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି। ତେବେ କିଏ ସତ କିଏ ମିଛ ତାହା ସମୟ ଆସିଲେ ଜଣାପଡ଼ିବ। ହେଲେ ଦୀର୍ଘଦିନ ଧରି ବିଜେଡିର ସୁନା ପୁଅ ବୋଲାଉଥିବା ପ୍ରତାପଙ୍କ ସ୍ୱପ୍ନ ଏବେ ଚୁନା ହେବାକୁ ବସିଛି । ଏମିତି ଲାଗୁଛି ସତେ ଯେମିତି ବିଜେଡିର ଗୁଡ ବୁକରେ ନାହାନ୍ତି ପ୍ରତାପ। ଉପର ମହଲରେ ଜୋରସୋରରେ ଚର୍ଚ୍ଚା ହେଉଛି ପ୍ରତାପ ଜେନାଙ୍କୁ ଖୁବଶୀଘ୍ର ଦଳରୁ ବିଦା କରିବ ବିଜେଡି । ଏପରିକି ଆଗାମୀ ନିର୍ବାଚନରେ ବାବୁଙ୍କୁ ଟିକେଟ ମିଳିନପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

  • Trending Tag

  • No Trending Add This News
google-add
google-add
google-add

indian politics