Thursday, December 05, 2024

Logo
Loading...
google-add

ବିଜେପିର ସାଂଘାତିକ ଅଭିଯୋଗ- ସଂସଦରେ ପ୍ରଶ୍ନ ପଚାରିବାକୁ ମହୁଆ ମୋଇତ୍ରା ନେଉଛନ୍ତି ଲାଞ୍ଚ

| 18:15 PM, Sat Oct 21, 2023

ଓଡ଼ିଶା 365 (ବ୍ୟୁରୋ) : ଧରାପଡିଲା ମହୁଆଙ୍କ ଷଡ଼ଯନ୍ତ୍ର। ପାଉଥିଲେ ମୋଟା ଅଙ୍କର ଟଙ୍କା,ସଂସଦରେ ପ୍ରଶ୍ନ ପଚାରି କରୁଥିଲେ ହୁଲସ୍ତୁଲ । ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା । ସଂସଦରେ ପ୍ରଶ୍ନ ପଚାରିବାକୁ ମହୁଆ ମୋଇତ୍ରା ଲାଞ୍ଚ ନେବା ସହ ମୋଟାଅଙ୍କର କ୍ୟାସ ଓ ଦାମି ଗିଫ୍ଟ ନେବା, ବିଜନେସମ୍ୟାନ୍‌ ଦର୍ଶନ ହୀରାନନ୍ଦାନିଙ୍କଠାରୁ ଲାଞ୍ଚ ନେଇ ସେ ସଂସଦରେ ପ୍ରଶ୍ନ ପଚାରିବା ସହ ଏହାଦ୍ୱାରା ତାଙ୍କୁ ଫାଇଦା ପହଞ୍ଚାଇବାକୁ ଚେଷ୍ଟା କରିଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ବିଜେପି ସାଂସଦଙ୍କ ପକ୍ଷରେ ହୋଇଥିବା ଅଭିଯୋଗ ଦର୍ଶାଯାଇଛି ୨୦୧୯ ମସିହାରୁ ୨୦୨୩ ମସିହା ମଧ୍ୟରେ ମହୁଆ ପଚାରିଥିବା ୬୧ ପ୍ରଶ୍ନରୁ ୫୦ଟି କେବଳ ହିରାନନ୍ଦାନୀଙ୍କ ହିତ ପାଇଁ ଉଦ୍ଦିଷ୍ଟ ଥିଲା ।


କ୍ୟାସ୍‌ ଓ ଗିଫ୍ଟ ବଦଳରେ ପ୍ରଶ୍ନ ପଚାରିବା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବାବେଳେ । ଏହି ଘଟଣାର ଯାଞ୍ଚ ପାଇଁ ମହୁଆଙ୍କ ବିରୋଧରେ ଯାଞ୍ଚ କମିଟି ବସାଇବାକୁ ନିଶିକାନ୍ତ ଦାବି କରିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ୨୦୨୧ ମସିହାରେ ଆନ୍ତର୍ଜାତୀୟ ମିଡିଆରେ ପିଏମ୍‌ ମୋଦି ଓ ଆଦାନିଙ୍କୁ ଟାର୍ଗେଟ କରିବାକୁ ଦର୍ଶନ ହୀରାନନ୍ଦାନି ମହୁଆଙ୍କୁ ୨ କୋଟି ଟଙ୍କା ଦେଇଥିଲେ ।


୨୦୧୯ ମସିହାରେ ଲୋକସଭା ନିର୍ବାଚନ ଲଢ଼ିବା ଲାଗି ହୀରାନନ୍ଦାନି ମହୁଆଙ୍କୁ ୭୫ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ଏହା ପ୍ରତି ବଦଳରେ ମହୁଆ ଦର୍ଶନ ହିରାନନ୍ଦାନୀଙ୍କୁ ନିଜ ଲୋକସଭା ଆକାଉଣ୍ଟର ପାସୱାର୍ଡ ଦେଇଥିଲେ। ତେଣୁ ମହୁଆ ପୋଷ୍ଟ କରୁଥିବା ପ୍ରଶ୍ନ ସେ ନିଜେ ହିରାନନ୍ଦାନୀଙ୍କ ଇଙ୍ଗିତରେ ପୋଷ୍ଟ କରୁଥିଲେ । ଏଭଳି ଅନେକ ସମୟରେ କଂଗ୍ରେସ ସମେତ ଟିଏମସି ମଧ୍ୟ ମୋଦି ସରକାରଙ୍କୁ ବଦନାମ କରିବାକୁ ଅନେକ ଷଡଯନ୍ତ୍ର କରିଛି।ମାତ୍ର ମୋଦିଙ୍କ ଲୋକପ୍ରିୟତା ଆଗରେ ଫେଲ୍ ମାରିଛି ବିରୋଧିଙ୍କ ପ୍ଲାନ। ହେନେରୀ ବଦଳରେ ମହୁଆ ମୋଇତ୍ରାଙ୍କ ପ୍ରଶ୍ନ ପଚାରିବା ପ୍ରସଙ୍ଗରେ ସିବିଆଇକୁ ଦିଆଯାଇଥିବା ଅଭିଯୋଗ ଓ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଲେଖାଯାଇଥିବା ଚିଠିକୁ ଫେରାଇଆଣିବାକୁ ଚାପ ପଡୁଛି ।

  • Trending Tag

  • No Trending Add This News
google-add
google-add
google-add

indian politics