Wednesday, March 26, 2025

Logo
Loading...
google-add

ସିବିଆଇ ଉପରେ ଆମର ନିୟନ୍ତ୍ରଣ ନାହିଁ: କେନ୍ଦ୍ର ସରକାର

| 10:45 AM, Fri Nov 10, 2023

ଓଡ଼ିଶା 365 (ବ୍ୟୁରୋ): ସାରା ଦେଶରେ କିଛି ମାସ ହେବ ସିବିଆଇ ବେଶ୍ ଆକ୍ଟିଭ୍ ମୁଡରେ ରହିଛି । ବିରୋଧୀ ନେତାଙ୍କ ଉପରେ ଲଗାତର ସିବିଆଇ ଆକ୍ରମଣ କରୁଛି । କେନ୍ଦ୍ର ସରକାର ଜାଣିଶୁଣି ଏଭଳି ସିବିଆଇ ଆକ୍ରମଣ କରୁଥିବା ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି । ତେବେ ଏହି ମାମଲା ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସିବିଆଇ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି। ସିବିଆଇ ଏକ ସ୍ବାଧୀନ ଆଇନଗତ ଅନୁଷ୍ଠାନ ଏବଂ ଏହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ କେନ୍ଦ୍ର ସରକାର କହିଛନ୍ତି।

ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଯେ, ରାଜ୍ୟରେ ୧୨ଟି ମାମଲାର ଶୁଣାଣିରୁ ସିବିଆଇ ହଟାଯାଉ। ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୌଣସି ମାମଲାର ତଦନ୍ତ ପାଇଁ ରାଜ୍ୟ ସମ୍ମତି ବାଧ୍ୟତାମୂଳକ କରାଯାଇଛି। ଏହା ସତ୍ତ୍ୱେ ସିବିଆଇ ଏଫଆଇଆର ପଞ୍ଜିକରଣ କରୁଛି ଏବଂ ଅନୁସନ୍ଧାନ କରୁଛି। ସମ୍ବିଧାନର ଧାରା ୧୩୧ ଅନୁଯାୟୀ ବଙ୍ଗଳା ସରକାର ସର୍ବୋଚ୍ଚ କୋର୍ଟରେ ମାମଲା ଦାୟର କରିଛନ୍ତି।


  • Trending Tag

  • No Trending Add This News
google-add
google-add
google-add

politics middle news