Tuesday, July 23, 2024

Logo
Loading...
google-add

ଦଙ୍ଗା ଓ ଭ୍ରଷ୍ଟାଚାର ହେଉଛି କଂଗ୍ରେସର ସ୍ୱଭାବ: ନରେନ୍ଦ୍ର ମୋଦି

| 17:35 PM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ): ମଧ୍ୟପ୍ରଦେଶ ନିର୍ବାଚନରେ ଏଥର କିଏ ମାରିବ ବାଜି? ବିଜେପି ପୁଣି ରିପିଟ୍ କରିବ ନା କଂଗ୍ରେସ ଉପରେ ଲୋକେ ଭରଷା କରିବେ, ତାକୁ ନେଇ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି । ପ୍ରଚାର ମଧ୍ୟ ଜୋରଦାର ଚାଲିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦଙ୍ଗା ଏବଂ ଗୁଣ୍ଡାରାଜ କରିବା କଂଗ୍ରେସର ସ୍ଵଭାଵ ଅଟେ। ମଧ୍ୟପ୍ରଦେଶର ଶଜାପୁରରେ ରାହୁଲ ଗାନ୍ଧୀଙ୍କୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିକାଲି ମଧ୍ୟପ୍ରଦେଶରେ କଂଗ୍ରେସର ଜଣେ ମହାଜ୍ଞାନୀ ବୁଲୁଛନ୍ତି। ମହାଜ୍ଞାନୀଙ୍କ ଭଳି ଲୋକଙ୍କ ଚିନ୍ତାଧାରା ଦେଶକୁ ଧ୍ୱଂସ କରିଦେଇଛି।

ଏହା ସହିତ କଂଗ୍ରେସ ଉପରେ ତୃଷ୍ଟିକରଣ ଅଭିଯୋଗ ଲଗାଇଛନ୍ତି ମୋଦି। ଏବଂ କହିଛନ୍ତି “କଂଗ୍ରେସ ଯେଉଁଠାକୁ ଆସିଲା ସେଠାରେ ସେଠାରେ ବିନାଶ ଆଣିଛି। କଂଗ୍ରେସ କୃଷକ, ଯୁବକ ଏବଂ ମହିଳାଙ୍କ ଶତ୍ରୁ ଅଟେ। ସେ ଯାହା ବି କରନ୍ତି, ତାହା ନିଜ ପରିବାର ନାମରେ କରନ୍ତି, କଂଗ୍ରେସକୁ ଆପଣଙ୍କ ପରିବାର ସହିତ କୌଣସି ମତଲବ ନାହିଁ। ଅନ୍ୟପଟେ ପୁରା ମଧ୍ୟପ୍ରଦେଶ ପୁଣିଥରେ ଭାଜପା ଚାହୁଁଛନ୍ତି।” ତେବେ କଂଗ୍ରେସ ପାଖରେ ଲୋକମାନଙ୍କୁ ଦେବା ପାଇଁ କେବଳ ନିରାଶା, ବିରୋଧ ଏବଂ ନକାରାତ୍ମକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କଂଗ୍ରେସର ସ୍ଵଭାଵ କେବଳ ଦଙ୍ଗା ଏବଂ ଭ୍ରଷ୍ଟାଚାରକୁ ଉତ୍ସାହିତ କରିଥାଏ।

  • Trending Tag

  • No Trending Add This News
google-add
google-add
google-add

politics middle news