Thursday, January 23, 2025

Logo
Loading...
google-add

ନିର୍ବାଚନୀ ରାଜନୀତିରୁ ଅବସର ନେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

| 12:52 PM, Thu Nov 09, 2023

ଓଡ଼ିଶା 365 (ବ୍ୟୁରୋ): ପୁଣି ଚର୍ଚ୍ଚାରେ କର୍ଣ୍ଣାଟକ ରାଜନୀତି । କର୍ଣ୍ଣାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାହା ହେଉଛି, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା ନିର୍ବାଚନ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ବେଙ୍ଗାଲୁରୁର ଲୋକ ସଭା ସଦସ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୌଡାଙ୍କ ଏହି ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ।

ପୁଣି ଥରେ ରାଜ୍ୟ ଭାଜପା ସଭାପତି ହେବ କି ବୋଲି ତାଙ୍କୁ ପଚରାଯିବାରୁ ଗୌଡା କହିଛନ୍ତି, ମୁଁ ନିର୍ବାଚନ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ୩୦ ବର୍ଷ ଧରି ମୋ ପାର୍ଟି ମୋତେ ସବୁକିଛି ଦେଇଛ। ବିଏସ ୟେଦ୍ୟୁରପ୍ପା (ଭେଟେରାନ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ)ଙ୍କ ପରେ ମୁଁ ଦଳର ସବୁଠାରୁ ବଡ ନେତା ହୋଇପାରିଛି। ଜୁଲାଇ ୨୦୨୧ରେ ଗୌଡା କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଥିଲେ।

  • Trending Tag

  • No Trending Add This News
google-add
google-add
google-add

politics middle news