Tuesday, July 23, 2024

Logo
Loading...
google-add

ବଢିଲା ମହୁଆଙ୍କ ଅଡ଼ୁଆ: ଆଜି ବାଚସ୍ପତିଙ୍କୁ ଦିଆଯିବ ଏଥିକ୍ସ କମିଟି ରିପୋର୍ଟ

| 10:33 AM, Fri Nov 10, 2023

ଓଡ଼ିଶା 365 (ବ୍ୟୁରୋ): ଦିନ ଯେତିକି ଗଡ଼ୁଛି ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କ ଅଡୁଆ ସେତେ ବଢିବାରେ ଲାଗିଛି । ମହୁଆଙ୍କୁ ନେଇ ଜାତୀୟ ରାଜନୀତି ଏବେ ପୁରା ସରଗରମ ରହିଛି । ଏହାରି ଭିତରେ ଏହି ମାମଲାର ରିପୋର୍ଟକୁ ଅନୁମୋଦନ ଦେଇଛି ସଂସଦୀୟ ସଦାଚାର କମିଟି । ଯାହା ପରେ କମିଟିର ୧୦ ଜଣ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ତଦନ୍ତ ରିପୋର୍ଟକୁ ଅନୁମୋଦନ କରିବା ସପକ୍ଷରେ ମତ ଦେଇଥିଲେ । ସେହିପରି ୪ ଜଣ ସଦସ୍ୟ ଏହା ବିରୋଧରେ ଭୋଟ୍ ଦେଇଥିଲେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମିଟି ରିପୋର୍ଟରେ କହିଛି ଯେ, ମହୁଆ ମୈତ୍ରୀ ତାଙ୍କ ସାଂସଦ ଆକାଉଣ୍ଟର ଲଗ୍-ଇନ ଓ ପାସୱାର୍ଡ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କୁ ଦେଇଥିଲେ, ଯାହା ଜାତୀୟ ସୁରକ୍ଷା ପାଇଁ ବଡ଼ ବିପଦ । ଏହି ଅପରାଧ ପାଇଁ ମହୁଆ ମୈତ୍ରୀଙ୍କୁ କଠୋର ଦଣ୍ଡ ମିଳିବା ଦରକାର । ଏଥିସହ କମିଟି ମହୁଆଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସୁପାରିସ କରିଛି ।

କମିଟି ତା’ର ସୁପାରିସରେ କହିଛି ଯେ ମହୁଆ ତାଙ୍କ ସଂସଦୀୟ ଆକାଉଣ୍ଟର ଲଗ୍-ଇନ ବିବରଣୀ ଅନାଧିକୃତ ବ୍ୟକ୍ତିଙ୍କ ସହ ସେୟାର କରିଛନ୍ତି, ଯାହା ଜାତୀୟ ସୁରକ୍ଷା ଉପରେ ପ୍ରଭାବ ପକାଉଛି । ଏହା ଏକ ଗୁରୁତର ଅପରାଧ ବୋଲି କମିଟି ଜାଣିବାକୁ ପାଇଛି । ସଦାଚାର କମିଟିର ଏହି ରିପୋର୍ଟକୁ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରାଯିବ । ଏହା ପରେ ମହୁଆଙ୍କ ଉପରେ କେଉଁ କାର୍ଯ୍ୟାନୁଷ୍ଠାନ ହେଉଛି, ତାହ ଉପରେ ରହିଛି ସମସ୍ତଙ୍କର ନଜର ।


  • Trending Tag

  • No Trending Add This News
google-add
google-add
google-add

politics middle news