ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ରଦ୍ଦ ହୋଇପାରେ ଅଶୋକ ଗେହଲଟଙ୍କ ନାମାଙ୍କନ ପତ୍ର: ଜାଣନ୍ତୁ କାହିଁକି?
ଓଡ଼ିଶା 365 (ବ୍ୟୁରୋ): ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରଦ୍ଦ଼ ହୋଇପାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମାଙ୍କନ ପତ୍ର । ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ସିଏମ ଅଶୋକ ଗେହଲଟ ଯୋଧପୁରର ସର୍ଦ୍ଦାରପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିନ୍ତୁ, ତାଙ୍କ ନିର୍ବାଚନୀ ସତ୍ୟପାଠକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ଭାଜପା ବଡ ଅଭିଯୋଗ ଆଣିଛି। ଭାଜପାର ଅଭିଯୋଗ ଅନୁଯାୟୀ, ନିର୍ବାଚନ ସତ୍ୟପାଠରେ ଦୁଇଟି ଅପରାଧିକ ମାମଲା ସମ୍ପର୍କରେ ସିଏମ ଗେହଲଟ କୌଣସି ସୂଚନା ଦେଇନାହାଁନ୍ତି। ଏଥିପାଇଁ ଦଳ ନିର୍ବାଚନ ଆୟୋଗଙ୍କୁ ଏକ ଅଭିଯୋଗ ପତ୍ର ଲେଖିଛି।
ରିପୋର୍ଟ ଅନୁଯାୟୀ, ଭାଜପା ଏହି ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀର ବୋଲି କହିଛି ଏବଂ ଗେହଲୋଟଙ୍କ ନାମାଙ୍କନପତ୍ର ରଦ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କଠାରେ ଦାବି କରିଛି। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି ନିର୍ବାଚନୀ ସତ୍ୟପାଠରେ ଗେହଲଟ ଜାଣିଶୁଣି ଏଫଆଇଆର୍ ବିଷୟରେ ସୂଚନା ଦେଇ ନାହାନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁଇଟି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ମୁଖ୍ୟମନ୍ତ୍ରୀ ଏହି ମାମଲାଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଥିଲେ କିନ୍ତୁ ସତ୍ୟପାଠରେ ଏହା ଉଲ୍ଲେଖ କରି ନାହାନ୍ତି। ଗେହଲଟଙ୍କ ବିରୋଧରେ ପ୍ରଥମ ମାମଲା ଜମି ସ୍କାମ ଏବଂ ଦ୍ୱିତୀୟଟି ଡକାୟତି ତଥା ବଳାତ୍କାର ଭଳି ଅପରାଧ ସହ ଜଡିତ। ନିର୍ବାଚନୀ ସତ୍ୟପାଠରେ ସେ ଏହି ଦୁଇଟି ବିଷୟରେ ଉଲ୍ଲେଖ କରିନାହାଁନ୍ତି।
Trending Tag