ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଜି-୨୦: ମୋଦିଙ୍କ ନେତୃତ୍ୱକୁ ବିଶ୍ୱ କରୁଛି ପ୍ରଶଂସା
ଓଡ଼ିଶା 365 (ବ୍ୟୁରୋ): ଭାରତ ଅଧ୍ୟକ୍ଷତାରେ ଦିଲ୍ଲୀରେ ସଫଳତାର ସହ ଶେଷ ହୋଇଛି ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ। ଏହା ବିଶ୍ବସ୍ତରରେ ବଢାଇଛି ଭାରତର ଦବଦବା। ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା ସହିତ ସମ୍ମିଳନୀ ଶେଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହିତ ସେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଡା ସିଲ୍ଭାଙ୍କୁ ଜି-୨୦ ଅଧ୍ୟକ୍ଷତା ପଦ ହସ୍ତାନ୍ତର କରିଛନ୍ତି। ଆମର ଅତୁଟ ବିଶ୍ୱାସ ଅଛି ଯେ ସେ ଦୂରଦୃଷ୍ଟି ସହିତ ସମର୍ପଣ ଭାବରେ ଏହାର ନେତୃତ୍ୱ ନେବେ, ଏବଂ ବିଶ୍ୱ ଏକତା ସହ ସମୃଦ୍ଧିକୁ ମଧ୍ୟ ଆଗକୁ ନେବ ବୋଲି ମୋଦି କହିଛନ୍ତି। ଆଗାମୀ ଜି -୨୦ର ଅଧ୍ୟକ୍ଷତାରେ ଭାରତ ବ୍ରାଜିଲକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି। ଶିଖର ସମ୍ମିଳନୀ ଶେଷରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ “ମୁଁ ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରୁଛି। ଆଶା କରୁଛି ଯେ ଗୋଟିଏ ପୃଥିବୀ ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତର ରୋଡ୍ମ୍ୟାପ୍ ଆନନ୍ଦମୟ ହେବ।ଭାରତର ଆତିଥ୍ୟ ଓ ସାମର୍ଥ୍ୟ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ବିଶ୍ବନେତା ପ୍ରଶଂସା କରିବା ସହ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଆଭିମୁଖ୍ୟ ବିଶ୍ବକୁ ଏକଜୁଟ୍ କରିବାରେ ବଳିଷ୍ଠ ଭୂମିକା ନେବ ବୋଲି କହିଛନ୍ତି। ଭାରତର ଆତିଥ୍ୟକୁ ନେଇ ଫ୍ରାନ୍ସ କହିଛି, ଦିଲ୍ଲୀ ଜି-୨୦ ଘୋଷଣା ନାମାରେ ଶତପ୍ରତିଶତ ସହମତି ସୂଚାଉଛି ଦେଶଗୁଡ଼ିକୁ ଏକଜୁଟ କରିବା,ଆପୋଷ ବୁଝାମଣା କରିବା କ୍ଷମତା ଭାରତ ଭଳି ଅନ୍ୟ କୌଣସି ଦେଶ ପାଖରେ ନାହିଁ। ନୂଆଦିଲ୍ଲୀର ବୁଝାମଣା ଦକ୍ଷତା ସମସ୍ତ ରାଷ୍ଟ୍ରଙ୍କୁ ଏକସୂତ୍ରରେ ବାନ୍ଧିବାରେ ସକ୍ଷମ ହୋଇଛି ଭାରତ। ଆପୋଷ ବୁଝାମଣା କରିବା କ୍ଷମତା କେବଳ ଭାରତ ପାଖରେ ରହିଛି ବୋଲି କହି ଫ୍ରାନ୍ସ ପ୍ରଶଂସା କରିଛି।
ମୋଦୀଙ୍କୁ ପ୍ରଶଂସା କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ, ଆଫ୍ରିକୀୟ ସଂଘ ଏବେ ଜି-୨୦ରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ଏବଂ ମୋଦୀ ଆମମାନଙ୍କୁ ଏକାଠି କରିଛନ୍ତି। ଆମମାନଙ୍କୁ ମନେ ପକାଇ ଦେଇଛନ୍ତି ଆମେ ଏକାଠି ଯେକୌଣସି ଚ୍ୟାଲେଞ୍ଜ ସାମ୍ନା କରିବାର ଦକ୍ଷତା ରହିଛି। ସେହିପରି ଆଫ୍ରିକୀୟ ସଂଘ ସଭାପତି ଅଜାଲି ଅସୁମାନି କହିଛନ୍ତି, ଭାରତ ବିଶ୍ବର ପଞ୍ଚମ ମହାଶକ୍ତି ଭାବେ ଆଫ୍ରିକା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି। ଏବେ ଭାରତ ଚୀନ୍ ଠାରୁ ଆଗରେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବ ପାଇଁ ହିଁ ଆଫ୍ରିକୀୟ ସଂଘ ବିନା ବିତର୍କରେ ଜି-୨୦ର ସଦସ୍ୟ ହୋଇପାରିଥିବା ସେ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜି-୨୦ର ଶୀର୍ଷ ନେତୃତ୍ବ ପାଇଁ ପ୍ରଶଂସା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣ ଏକ ନୂଆ ବୈଷୟିକ ସଂରଚନାକୁ ପ୍ରତିଫଳିତ କରୁଥିବା କହିଛନ୍ତି।
ସେପଟେ ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭାପାଇଥିଲା ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର । ଏହାରି ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରିବା ସହ କୋଣାର୍କ ଚକ୍ରର ଐତିହ୍ୟ ବିଷୟରେ ବୁଝାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ଓଡିଶାର ମାଣ୍ଡିଆକୁ ପ୍ରଶଂସା କରିଛନ୍ତି ବିଶ୍ବ ନେତା। ବିଶ୍ବ ଦରବାରରେ ଭାରତ ସହ ବଢିଛି ଓଡିଶାର ଖ୍ୟାତି ।
Trending Tag