ଆରମ୍ଭ ହେଲା କାଉଣ୍ଟଡାଉନ: ୱାଙ୍ଖାଡେରେ ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ମୁକାବିଲା
ଏସିଆନ ଗେମ୍ସ: ମହିଳା କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ
ଓଡ଼ିଶା365(ବ୍ୟୁରୋ): ଚାଇନାରେ ଚାଲିଥିବା ୧୯ତମ ଏସିଆ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ଶୁଟିଂ ପରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଜିତିଛି ସ୍ୱର୍ଣ୍ଣ ପଦକ। ଏସିଆ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତୀୟ ଟିମ୍ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଏସିଆନ ଗେମ୍ସ କ୍ରିକେଟରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ। ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମଥର ପାଇଁ ଏସିଆ ଗେମ୍ସରେ ଭାଗ ନେଇଥିବା ବେଳେ ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ କରିଛି। ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ଫାଇନାଲରେ ହାରିଥିଲା। ସେହିପରି ଚଳିତ ବର୍ଷ ଟି-୨୦ ବିଶ୍ୱକପ ସେମିଫାଇନାଲରେ ହାରି ଦଳ ବିଦାୟ ନେଇଥିଲା। କିନ୍ତୁ ଏସିଆ ଗେମ୍ସରେ ଦଳ ବାଜିମାତ କରିବାରେ ସଫଳ ହୋଇଛି।
ଆଜିର ମୁକାବିଲାରେ ହରମନପ୍ରୀତ କୌରଙ୍କ ଭାରତୀୟ ଦଳ ଶ୍ରୀଲଙ୍କାକୁ ୧୯ ରନରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ସ୍ମୃତି ମନ୍ଧାନାଙ୍କ ୪୬ ଓ ଜେମିମା ରୋଡ୍ରିଗସଙ୍କ ୪୨ ରନ ବଳରେ ୭ ୱିକେଟ ହରାଇ ୧୧୬ ରନ କରିଥିଲା।
ଜବାବରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ କେବଳ ୯୭ ରନ କରିବାକୁ ହିଁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ତିତାସ ସାନ୍ଧୁ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରାଜେଶ୍ୱରରେ ଗାଏକ୍ୱାଡ ୨, ଦୀପ୍ତି ଶର୍ମା, ପୂଜା ବସ୍ତ୍ରକର ଓ ଦେବିକା ବୈଦ୍ୟ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
Trending Tag