Sunday, January 19, 2025

Logo
Loading...
google-add

ବିଶ୍ବକପ 2023, ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି ଗ୍ଲେନ୍‌ ମାକ୍ସୱେଲ ।

| 10:24 AM, Wed Nov 08, 2023

ଓଡ଼ିଶା 365 (ବ୍ୟୁରୋ) : ଆଇସିସି କ୍ରିକେଟରେ ଚମତ୍କାର ବଜୟ ହାସଲ କରିଛି ଅଷ୍ଟ୍ରେଲିଆ । ୱାଙ୍ଖଡେରେ ଦେଖିବାକୁ ମିଳିଛି ୱାନମ୍ୟାନ ଶୋ' । ଗୋଡ଼ରେ ଆଘାତ ସତ୍ତ୍ବେ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ବିସ୍ପୋରକ ଦ୍ୱିଶତକ ବଳରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ତିନୋଟି ୱିକେଟରେ ବିଜୟ ହାସଲ କରିଛି । ଏହା ସହିତ ପ୍ରଥମରୁ ଧିମା ପଡିଥିବା ୫ଥର ଚମ୍ପିଆନ ଅଷ୍ଟ୍ରେଲିଆ ଠିକ ସମୟରେ କମବ୍ୟାକ କରି ଚଳିତ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିଛି । ତେବେ ୧୨୮ ବଲରେ ୨୦୧ ରନ ଦଳକୁ ଦେଇଛି ବିଜୟ ।ଯଦିଓ ଆଫଗାନିସ୍ତାନ ବିପକ୍ଷରେ ଦମଦାର ବିଜୟ ପରେ ଏହା ଅଧିକ ବଢ଼ିଯାଇଛି ବୋଲି କହିଛନ୍ତି ଗ୍ଲେନ୍‌ ମ୍ୟାକ୍ସୱେଲ ।

ଆଇସିସି ବିଶ୍ୱକପ 2023 ସେମି ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ୍‌ ପରେ ମ୍ୟାକ୍ସୱେଲ କହିଛନ୍ତି, '' ଫିଲ୍ଡିଂ କରିବା ସମୟରେ ବହୁତ ଗରମ ହେଉଥିଲା । ପ୍ରବଳ ଖରା ଓ ଗରମ ପାଇଁ ମୁଁ ବ୍ୟାୟାମ କରି ପାରିନଥିଲି ଫଳରେ ଏହାର ପ୍ରଭାବ ମୋ ଉପରେ ପଡିଥିଲା । ମୁଁ କିଛି ସମୟ ଅଟକି ଗୋଡରେ କିଛି ସମୟର ମୋମେଣ୍ଟ କରିବାକୁ ଚାହୁଁଥିଲି । ଜଣେ ସାମ୍ୱାଦିକ ମ୍ୟାକ୍ସଓ୍ୱେଲଙ୍କୁ ପ୍ରଶ୍ନ ପଚାରିଥିଲେ ଅଷ୍ଟ୍ରେଲିଆ ଯେବେ ୯୧ରନରେ ୭ୱିକେଟ ହରାଇ ସାରିଥିଲା ସେବେ ଆପଣ କଣ ଚିନ୍ତା କରୁଥିଲେ, ତେବେ ଉତ୍ତରରେ ମ୍ୟାକ୍ସୱେଲ କହିଛନ୍ତି କି ସେ ଅଧିକ କିଛି ଭାବି ନଥିଲେ ବରଂ ଯେତିକି ସମ୍ଭବ ହୋଇପାରିବ ବ୍ୟାଟିଂ କରିବେ ।

ଭାରତ ବିପକ୍ଷରେ ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ସଠିକ ସମୟରେ ୫ଥର ଚମ୍ପିଆନ ଅଷ୍ଟ୍ରେଲିଆ ଜବରଦସ୍ତ କମବ୍ୟାକ କରିଛି । ମୋଟ ୮ଟି ମ୍ୟାଚରୁ ସେ ୬ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲ ତୃତୀୟ ସ୍ଥାନରେ ପହଁଞ୍ଚି ସେମି ଫାଇନାଲରେ ପ୍ରବେଶ କରିଛି କଙ୍ଗାରୁ ଦଳ ।

  • Trending Tag

  • No Trending Add This News
google-add
google-add
google-add
google-add

POLITICS NEWS

google-add
google-add

INDIA NEWS

google-add
google-add