Tuesday, July 23, 2024

Logo
Loading...
google-add

ଅହମ୍ମଦାବାଦରେ ଦ.ଆଫ୍ରିକା-ଆଫଗାନିସ୍ତାନ ମୁହାଁମୁହିଁ

| 11:22 AM, Fri Nov 10, 2023

ଓଡ଼ିଶା 365 (ବ୍ୟୁରୋ) : କ୍ରିକେଟ୍ ମହାକୁମ୍ଭ ବିଶ୍ୱକପ୍ ୨୦୨୩ ସେମି ଫାଇନାଲକୁ ଆଉ ମାତ୍ର କେଇଟା ଦିନର ଅପେକ୍ଷା । ପାଖାପାଖି ୯୫ ପ୍ରତିଶତ ଲିଗ୍ ମ୍ୟାଚ ଶେଷ ହୋଇସାରିଛି । ଏବେ କିନ୍ତୁ ସମୟ ଫାଇଟର । ଚତୁର୍ଥ ଦଳ ଭାରେ ସେମିରେ କିଏ ପ୍ରବେଶ କରିବ, ତା ଉପରେ ରହିଛି ସମସ୍ତଙ୍କ ନଜର । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଏହି ଉଭୟଙ୍କ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର । ସେପଟେ ଅଫଗାନିସ୍ତାନକୁ ସେମି ଫାଇନାଲରେ ପ୍ରବେଶ କରିବାକୁ ହେଲେ ଏକ ବଡ଼ ଚମତ୍କାର ପଦର୍ଶନ କରିବାକୁ ହେବ । ଦକ୍ଷିଣ ଆଫ୍ରିକାକୁ ଦଳ ୪୩୮ ରନ ବ୍ୟବଧାନରେ ପରାସ୍ତ କରିବାକୁ ପଡ଼ିବ । ଯଦିଓ ଦକ୍ଷିଣ ଆଫ୍ରିକା ଏଥର ବିଶ୍ୱକପ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇଛି । କେବଳ ଭାରତ ଓ ନେଦରଲାଣ୍ଡକୁ ଛାଡ଼ିଦେଲେ ଅନ୍ୟ ସବୁ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋର ସଂଗ୍ରହ କରିଛି ।

ସେମିଫାଇନାଲ ପୂର୍ବରୁ ବିଜୟ ଲକ୍ଷରେ ରହିବାକୁ ଚାହିଁବ ଦକ୍ଷିଣ ଆଫ୍ରିକା । ଦଳରେ ଏକାଧିକ ଦମଦାର ଖେଳାଳି ରହିଛନ୍ତି । ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇଛନ୍ତି । କ୍ବିଣ୍ଟନ ଡି'କକ୍‌, ରାଚିନ ରବିନ୍ଦ୍ର ଫୁଲ ଫର୍ମରେ ରହିଛନ୍ତି । ଭାରତ ଓ ନେଦରଲାଣ୍ଡ୍‌ ବିପକ୍ଷରେ ପରାସ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ବାକି ସବୁ ମ୍ୟାଚ ଜିତିଛି । ଆଜି ଆଫଗାନିସ୍ତାନ ବିପକ୍ଷରେ ବଡ଼ ବିଜୟ ଲକ୍ଷ୍ୟରେ ରହିଛି । ଆଫଗାନିସ୍ତାନ ବିପକ୍ଷରେ ଦିକ୍ଷଣ ଆଫ୍ରିକାର ପଲ୍ଲା ଭାରି ରହିଛି । ତେଣୁ ଦଳର ବିଜୟ ସମ୍ଭାବନା ଅଧିକ ।ଚଳିତ ବିଶ୍ବକପରେ ୪ଟି ଲିଗ ମ୍ୟାଚ ଜିତିଥିବା ଆଫଗାନିସ୍ତାନ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ସହ ସେମିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ହାରିଥିଲେ ବି ଦଳ ଭଲ ପ୍ରଦର୍ଶନ କରିଥିଲା । ବିଜୟ ସମ୍ଭାବନା ଅଧିକ ଥିଲା ମାତ୍ର ମ୍ୟାକ୍ସୱେଲଙ୍କ ବିସ୍ଫୋରକ ୨୦୧ ରନରେ ବାଜି ମାରି ନେଇଥିଲା କଙ୍ଗାରୁ ଦଳ । ଦକ୍ଷିଣ ଆଫ୍ରିକାକୁ ହରାଇ ସେମିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।

  • Trending Tag

  • No Trending Add This News
google-add
google-add
google-add
google-add

POLITICS NEWS

google-add
google-add

INDIA NEWS

google-add
google-add