Tuesday, July 23, 2024

Logo
Loading...
google-add

ଶତକ ମାରିବାରେ ବିରାଟ ଫେଲ୍; ଭାଙ୍ଗିପାରିଲେନି ସଚିନଙ୍କ ରେକର୍ଡ

| 17:47 PM, Thu Nov 02, 2023

ଓଡ଼ିଶା 365(ବ୍ୟୁରୋ): ମୁମ୍ୱାଇ ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ବିଶ୍ୱକପର ୩୩ତମ ମ୍ୟାଚରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍। ଶୁଭମନ ଗିଲ୍ ୯୨ ରନରେ ଆଉଟ ହୋଇଥିବା ବେଳେ ୮୮ ରନ୍‌ରେ ଆଉଟ୍ ହୋଇ ଶତକରୁ ବଞ୍ଚିତ ହୋଇଛନ୍ତି ବିରାଟ କୋହଲି । ପୁଣି ଅଧା ରହିଛି ରନ୍ ମେସିନ ବିରାଟଙ୍କ ବିଶ୍ୱ ରେକର୍ଡ ସ୍ୱପ୍ନ। ସଚିନଙ୍କ ବିଶ୍ୱ ରେକର୍ଡ ସହ ସମକକ୍ଷ ହେବାରେ ବିଫଳ ହୋଇଛନ୍ତି ବିରାଟ । ଯଦି କୋହଲି ଆଜି ଶତକ ହାସଲ କରିଥାନ୍ତେ ତେବେ ସେ ଦିନିକିଆରେ ୪୯ ତମ ଶତକ ହାସଲ କରିବା ସହ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଥାନ୍ତେ। ମାତ୍ର ସେ ସ୍ୱପ୍ନ ପୁଣି ଅଧୁରା ରହିଛି।।


କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୪୮ ଶତକ ହାସଲ କରିଛନ୍ତି। ତେବେ ତା ପୂର୍ବରୁ ବିରାଟ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ୨୦୨୩ ଦିନିକିଆରେ ୧୦୦୦ ରନ୍‌ ପୂରା କରିବାରେ ବିରାଟ ତୃତୀୟ ବ୍ୟାଟର ହୋଇଛନ୍ତି। ତାଙ୍କ ପୂର୍ବରୁ ପ୍ରଥମେ ଶୁଭମନ ଗିଲ୍ ଓ ରୋହିତ ଶର୍ମା ଚଳିତ ବର୍ଷ ଦିନିକିଆରେ ୧୦୦୦ ରନ୍ ପୂରଣ କରି ସାରିଛନ୍ତି। ଦିନିକିଆରେ ୪୯ ତମ ଶତକ ହାସଲ କରିବାରେ ବିଫଳ ହେଲେ ବି ବିରାଟ କୋହଲି ତାଙ୍କ କ୍ୟାରିୟରରେ ଜବରଦସ୍ତ ବ୍ୟାଟିଂ କରିବା ସହ ସେ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୬ ହଜାର ରନ୍ ପୂରା କରିଛନ୍ତି। ୩୪ ବର୍ଷୀୟ ବିରାଟ ତାଙ୍କର ୨୩ ତମ ମ୍ୟାଚ୍‌ରେ ଏହି ଉପଲବ୍ଧି ହାସଲ କରିଥିବା ବେଳେ ଦିନିକିଆରେ ବର୍ଷକରେ ସର୍ବାଧିକ ଥର ୧୦୦୦ ରନ୍ ପୂରା କରିବାରେ ସେ ସଚିନଙ୍କୁ ପଛରେ ପକାଇଛନ୍ତି।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add