Thursday, January 23, 2025

Logo
Loading...
google-add

ଆଜି ନେଦରଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଲଢେଇ

| 12:01 PM, Fri Nov 03, 2023

ଓଡ଼ିଶା 365(ବ୍ୟୁରୋ): ଦିନକୁ ଦିନ ବିଶ୍ୱକପ୍ ଲଢେଇ ରୋଚକ ହେଉଛି। ଲକ୍ଷ୍ନୌରେ ଥିବା ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ୩୪ତମ ଲିଗ୍‌ ମୁକାବିଲାରେ ନେଦରଲାଣ୍ଡ ଓ ଆଫଗାନିସ୍ତାନ ଲଢେଇ ଦେଖିବାକୁ ମିଳିବ। ସେମି ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ଉଭୟ ଦଳ ଲାଗି ବିଜୟ ଜରୁରୀ ହୋଇପଡିଛି। ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ୬ ପଏଣ୍ଟ ହାସଲ କରିଛି । ଶେଷ ୩ଟି ଯାକ ମ୍ୟାଚ୍‌ ଜିତିଲେ ଆଫଗାନିସ୍ତାନର ପଏଣ୍ଟ ୧୨ରେ ପହଞ୍ଚି ପାରିବ । ସେପିପରି ନେଦରଲାଣ୍ଡ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୪ ପଏଣ୍ଟ ହାସଲ କରିଛି । ଆଗକୁ ଦଳ ୩ଟି ମ୍ୟାଚ୍‌ ଖେଳିବ । ଫଳରେ ୧୦ ପଏଣ୍ଟ ଅର୍ଜନ କରିବା ପାଇଁ ନେଦରଲାଣ୍ଡ ନିକଟରେ ସୁଯୋଗ ରହିଛି । ସେପଟେ ବିଶ୍ୱକପରେ ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇବା ପରେ ଆଫଗାନିସ୍ତାନର ମନୋବଳ ଦୃଢ ରହିଛି ।

ଆଫଗାନିସ୍ତାନ ଦଳରେ ରସିଦ ଖାନ ଓ ମୁଜିବ ଉର ରେହମାନଙ୍କ ଭଳି ପ୍ରସିଦ୍ଧ ସ୍ପିନର ରହିଥିବାରୁ ଆଫଗାନିସ୍ତାନର ବିଜୟ ସମ୍ଭାବନା ଅଧିକ ରହିଛି । ମୁଜିବ ଗୋଟିଏ ୱିକେଟ୍‌ ନେଲେ ୧୦୦ଦିନିକିଆ ୱିକେଟ୍‌ କ୍ଲବ୍‌ରେ ସ୍ଥାନ ପାଇବେ । ଆଫଗାନିସ୍ତାନର ଚତୁର୍ଥ ବୋଲର ଭାବେ ସେ ଏହି ସଫଳତା ଅର୍ଜନ କରିବେ । ସେହିପରି ମଧ୍ୟକ୍ରମ ବ୍ୟାଟର ରହମତ ଶାହ ୯୫ରନ୍‌ କଲେ ୪୦୦୦ ଦିନିକିଆ ରନ୍‌ ପୂରଣ କରିବେ । ନେଦରଲାଣ୍ଡ ମଧ୍ୟ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇ ସାରିଛି । ତେଣୁ ଆଫଗାନିସ୍ତାନକୁ ହରାଇବା ଭଳି କ୍ଷମତା ଦଳ ନିକଟରେ ରହିଛି । ଅଧିନାୟକ ସ୍କଟ୍‌ ଏଡୱାର୍ଡ୍ସ ଆଫଗାନିସ୍ତାନ ବିପକ୍ଷରେ ୩ଟି ମ୍ୟାଚ୍‌ ଖେଳିଛନ୍ତି ଓ ପ୍ରତ୍ୟେକ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add