ଆରମ୍ଭ ହେଲା କାଉଣ୍ଟଡାଉନ: ୱାଙ୍ଖାଡେରେ ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ମୁକାବିଲା
ଡିକକ୍ ଓ ଡସେନଙ୍କ ଶତକ; ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ୧୯୦ରନରେ ହରାଇଲା ଦକ୍ଷିଣଆଫ୍ରିକା
ଓଡ଼ିଶା 365(ବ୍ୟୁରୋ): ବିଶ୍ୱକପରେ କ୍ଵିଣ୍ଟନ ଡିକକ୍ ଓ ଡସେନଙ୍କ ଦମଦାର ଶତକ ବଳରେ ଦ.ଆଫ୍ରିକା ୧୯୦ରନରେ ନ୍ୟୁଜିଲାଣ୍ଡକୁ ହରାଇ ବିଶାଳ ବିଜୟ ହାସଲ କରିଛି। ଫଳରେ ଦ.ଆଫ୍ରିକା ହ୍ୟାଟ୍ରିକ ପରାଜୟ ସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନକୁ ଖସିଛି। ପୁଣେରେ ଖେଳା ଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା କ୍ୱିଣ୍ଟନ ଡି’କକ ଓ ରସି ଭାନ ଡେର ଡୁସେନଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭର୍ରେ ୪ ୱିକେଟ ହରାଇ ୩୫୭ ରନ କରିଥିଲା। ଡି’କକ ୧୧୪ ଓ ଡୁସେନ ୧୩୩ ରନର ଇନିଂସ ଖେଳିଥିଲେ। ସେହିପରି ଡାଭିଡ ମିଲର ଶେଷ ଭାଗରେ ୩୦ ବଲରୁ ୫୩ ରନ୍ କରିଥିଲେ। ଦମଦାର ଶତକ ପାଇଁ ଡୁସେନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାତେଇଛନ୍ତି। ୩୫୮ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା। ଶେଷରେ ଦଳ ୧୬୭ ରନରେ ଅଲଆଉଟ ହୋଇଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ୱିଲ ୟଙ୍ଗ ସର୍ବାଧିକ ୩୩ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ଏକତରଫା ଭାବେ ଦକ୍ଷିଣ ଆଫ୍ରିକା ଠାରୁ ହାରିଛି। ଏବେ ଦଳ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ବାକି ୨ଟି ମ୍ୟାଚ୍ ଖେଳିବ। ଏଥିରୁ ଗୋଟିଏ ବି ହାରିଲେ, ଦଳର ସେମି ଫାଇନାଲ ଅଙ୍କ ବିଗିଡିପାରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ତ ଏହି ପରାଜୟ ପରେ ୪ର୍ଥକୁ ଖସିଥିବାବେଳେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଉଠିଛି। ଭାରତ ଭଳି ଦକ୍ଷିଣ ଆଫ୍ରିକାର ପଏଣ୍ଟ ସଂଖ୍ୟା ୧୨ ରହିଛି। କିନ୍ତୁ ନେଟ ରନ ରେଟ ଆଧାରରେ ଦକ୍ଷିଣ ଆଫ୍ରିକା ପ୍ରଥମ, ଭାରତ ଦ୍ୱିତୀୟ ସ୍ଥାନରେ ଅଧିକାର କରିଛି। ଦକ୍ଷିଣ ଆଫ୍ରିକା ୭ ମ୍ୟାଚ୍ରୁ ୬ ବିଜୟ ଓ ଗୋଟିଏ ପରାଜୟ ସହ ସେମି ଫାଇନାଲରେ ଏକ ପ୍ରକାରର ନିଜର ସ୍ଥାନ ପକ୍କା କରିଛି। ଦଳ ପକ୍ଷରୁ କେଶବ ମହାରାଜ ସର୍ବାଧିକ ୪ ୱିକେଟ ନେଇଥିଲେ। ସୁପର ସଣ୍ଡେରେ ଦ.ଆଫ୍ରିକାକୁ ଭେଟିବ ଭାରତ।
Trending Tag