Sunday, January 19, 2025

Logo
Loading...
google-add

ବିଶ୍ୱକପ: ଇଂଲଣ୍ଡର ହ୍ୟାଟ୍ରିକ ପରାଜୟ,ଶ୍ରୀଲଙ୍କାର ଦ୍ୱିତୀୟ ବିଜୟ 

| 12:30 PM, Fri Oct 27, 2023

ଓଡ଼ିଶା 365 (ବ୍ୟୁରୋ): ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଚେନ୍ନାଇ ଚେପକ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ନିଶାଙ୍କ-ସଦିରାଙ୍କ ଅର୍ଦ୍ଧଶତକ ବଳରେ ୧୫୭ ରନ୍‌ ଟାର୍ଗେଟକୁ ପିଛା କରି ୮ ୱିକେଟରେ ଜିତିଛି ଶ୍ରୀଲଙ୍କା । ଇଂଲଣ୍ଡ ବୋଲର ଡେଭିଡ ୱିଲିଙ୍କୁ ମିଳିଛି ୨ଟି ୱିକେଟ୍ । ଲାହିରା କୁମାର ପ୍ରଥମ ଇନିଂସରେ ୩ଟି ୱିକେଟ ନେଇଥିବାରୁ ସେ ପ୍ଲେୟାର ଅଫ ଦ ମ୍ୟାଚ୍‌ ଭାବେ ବିବେଚିତ ହୋଇଛନ୍ତି । ଏହି ପରାଜୟ ଫଳରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡର ହ୍ୟାଟ୍ରିକ, ଶ୍ରୀଲଙ୍କାର ଦ୍ୱିତୀୟ ବିଜୟ ହୋଇଛି ବିଶ୍ୱକପରେ ।

ପୂର୍ବ ଦୁଇଟି ମ୍ୟାଚ୍‌ରେ ଦଳ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ସମଦଶା ଭୋଗିଛି ଇଂଲଣ୍ଡ । ଫଳରେ ଇଂଲଣ୍ଡ ଲାଗି ସେମି ଫାଇନାଲ ରେସ ଗଣିତ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଶ୍ୱକପରେ ଇଂଲଣ୍ଡ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ୪ଟିରେ ହାରିସାରିଲାଣି। ଇଂଲଣ୍ଡ କେବଳ ବାଂଲାଦେଶ ଠାରୁ ହିଁ ଜିତିବାକୁ ସକ୍ଷମ ହୋଇଛି। ଗତ ଥରର ବିଶ୍ୱ ବିଜେତା ଦଳ ଇଂଲଣ୍ଡ ୨୯ତାରିଖରେ ଭାରତ ସହ ମୁହାଁମୁହିଁ ହେବ। ରୋହିତବାହିନୀ ଏଯାଏ ୫ଟି ମୁକାବିଲାରୁ ୫ ଜିତି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି। ବିଶ୍ୱକପରେ ଶୁକ୍ରବାର ୨୬ତମ ଲିଗ୍‌ ମୁକାବିଲା ଖେଳାଯିବ । ଚେନ୍ନାଇରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ପାକିସ୍ତାନ ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

INDIA NEWS

google-add
google-add