Sunday, January 19, 2025

Logo
Loading...
google-add

ବିଶ୍ୱକପ୍ ୨୦୨୩:ରୋହିତଙ୍କ ଶତକ ହାରିଲା ଆଫଗାନିସ୍ତାନ ୮ ୱିକେଟରେ ଜିତିଲା ଭାରତ

| 11:46 AM, Thu Oct 12, 2023

ଓଡ଼ିଶା 365(ବ୍ୟୁରୋ): ବିଶ୍ଵକପରେ ଗର୍ଜିଛି ହିଟ୍ ମ୍ୟାନଙ୍କ ବ୍ୟାଟ୍ । ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ଆଫଗାନିସ୍ତାନ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି । ଆଫଗାନିସ୍ତାନ ପ୍ରଥମ ବ୍ୟାଟିଂ କରି ୫୦ ଓଭରରେ ୮ ଓ୍ୱିକେଟ୍ ହରାଇ ୨୭୨ରନ୍ କରିଥିଲା, ଭାରତ ୩୫ ଓଭରରେ ୨୭୩ ରନ୍ କରି ବିଜୟ ହାସଲ କରିଛି। ରୋହିତଙ୍କ ଶତକ ସୋ ସାଙ୍ଗକୁ ବିରାଟଙ୍କ ୫୫ରନର ଅପରାଜିତ ପାରି ଦେଖିବାକୁ ମିଳିଥିଲା ।
ଭାରତ ପକ୍ଷରୁ ବୁମରା ସର୍ବାଧିକ ୪ଟି ଓ୍ବିକେଟ୍ ନେଇଥିଲେ।

ହିଟ୍‌ ମ୍ୟାନ୍‌ ରୋହିତ ୮୪ଟି ବଲ୍‌ ଖେଳି ୧୬ଟି ଚୌକା ଓ ୫ଟି ଛକା ସହିତ ୧୩୧ ରନ୍‌ ସଂଗ୍ରହ କରିଥିଲେ। ସର୍ବାଧିକ ଶତକ ମାରି ବିଶ୍ଵକପ୍‌ରେ ଭାଙ୍ଗିଛନ୍ତି ସଚିନ୍-ପଣ୍ଟିଂଙ୍କ ରେକର୍ଡ। ରୋହିତ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ୭ଟି ଶତକ ମାରିଥିବାବେଳେ ସଚିନ ତେନ୍ଦୁଲକର ୬ଟି ଶତକ ମାରିଛନ୍ତି। ରୋହିତଙ୍କ ବ୍ୟତୀତ ଭାରତର ଅନ୍ୟତମ ଓପନର ଈଶାନ କିଶାନ ୪୭, କୋହଲି ୫୫, ଶ୍ରେୟସ ୨୫ ରନ୍‌ କରିଥିଲେ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ରୋହିତଙ୍କୁ ସବୁଠୁ ଅଧିକ ଛକା ମାରି ବିଶ୍ଵ ରେକର୍ଡ ସ୍ଥାପନ କରିବା ପାଇଁ ୩ଟି ଛକା ଦରକାର ଥିଲା। କ୍ରିସ୍ ଗେଲ୍ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୫୫୩ ଛକା ମାରିଥିଲେ।

ଏଥିପାଇଁ ଗେଲ୍ ୪୮୩ ଅନ୍ତର୍ଜାତୀୟ ମ୍ୟାଚର ୫୫୧ ଇନିଂସ ଖେଳିଛନ୍ତି। କିନ୍ତୁ ରୋହିତ ଶର୍ମା ୪୫୩ ଅନ୍ତଜାର୍ତୀୟ ମ୍ୟାଚର ୪୭୩ ଇନିଂସରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଆଗକୁ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ଉପରେ ରହିଛି ସମସ୍ତଙ୍କ ନଜର।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

INDIA NEWS

google-add
google-add